33.1 C
Bhubaneswar
Monday, May 6, 2024
Homeଦେଶ ବିଦେଶବିିନା କାରଣରେ ଦୁଇ କର୍ମଚାରୀଙ୍କୁ ଚାକିରୀରୁ ବାହାର କଲା

ବିିନା କାରଣରେ ଦୁଇ କର୍ମଚାରୀଙ୍କୁ ଚାକିରୀରୁ ବାହାର କଲା

ନୂଆଦିଲ୍ଲୀ: ଆମାଜନ ଅନଲାଇନ କମ୍ପାନୀରେ ଲକ୍ଷ ଲକ୍ଷ କର୍ମଚାରୀ କାମ କରନ୍ତି । ହେଲେ କମ୍ପାନୀ ଦୁଇ କର୍ମଚାରୀଙ୍କୁ ବିନା କାରଣରେ ଚାକିରୀରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ, ଏମାନେ ସେହି କର୍ମଚାରୀଙ୍କ ମଧ୍ୟରୁ ଜଣେ ଯିଏ କରୋନା ମହାମାରୀ ମଧ୍ୟରେ ଗତବର୍ଷ କଠୋର ପରିଶ୍ରମ କରିଥିଲେ । ହେଲେ ଅନଲାଇନ ରିଟେଲର ଗତବର୍ଷ ଏମିଲି କନିଘଂମ ଓ ମରୀନ କୋଷ୍ଟାକୁ ଚାକିରୀରୁ ବାହାର କରିଦେଇଥିଲେ । ଏହି ଦୁଇ କର୍ମଚାରୀ କମ୍ପାନୀ ଉପରେ ଭେଦଭାବପୂର୍ଣ୍ଣ ଉପାୟରେ ନୀତି ଲାଗୁ କରିବା ଏବଂ ଅସ୍ପଷ୍ଟ ନିୟମ ରଖିବା ନେଇ ଅଭିଯୋଗ ଆଣିଥିଲେ ।
କହିରଖୁଛୁ ଯେ, ଗତବର୍ଷ ଅକ୍ଟୋବରରେ ହୋଇଥିବା ଅଭିଯୋଗରେ ଏହି ଦୁଇ ଜଣ ଆରୋପ ଲଗାଇଥିଲେ ଯେ, ଚିଲ୍ ଆଣ୍ଡ ରେଷ୍ଟର ଅଧିକାର କର୍ମଚୀରଙ୍କୁ ଦିଏନାହିଁ । ସେହିଭଳି ସୋମବାର ବୋର୍ଡ କହିଥିଲା, ଯଦି ଦୁଇ କର୍ମଚାରୀ ମାମଲାକୁ ଶେଷ ନକରନ୍ତି, ତେବେ ସିଏଟଲରେ ରହୁଥିବା କମ୍ପାନୀର ସ୍ଥାନୀୟ ନିର୍ଦ୍ଦେଶକ ବି ଏକ ଅଭିଯୋଗ ଆଣିବେ ।
ମିଳିଥିବା ଖବର ଅନୁସାରେ, କନିଂଘମ ଓ କୋଷ୍ଟା ଅନୁସାରେ, ପ୍ରାୟ ୧ ବର୍ଷ ପୂର୍ବରୁ କରୋନା ମହାମାରୀ ସମୟରେ କର୍ମଚାରୀଙ୍କ ସୁରକ୍ଷା ଉପରେ କମ୍ପାନୀ ଧ୍ୟାନ ଦେଇନଥିଲା ଏବଂ କର୍ମଚାରୀମାନେ ଅଧିକ ପରିଶ୍ରମ କରିଥିଲେ । ସେହିଭଳି ଆମାଜନ ବୟାନରେ କହିଛି, ଏହି ଦୁଇ କର୍ମଚାରୀ କାମର ପରିସ୍ଥିତି ର ଆଲୋଚନା କରୁଛନ୍ତି, ହେଲେ ଏହି କାରଣ ପାଇଁ ଚାକିରୀରୁ ବାହାର କରାଯାଇନାହିଁ । ବରଂ ନିୟମର ବାରମ୍ବାର ଉଲ୍ଲଂଘନ କାରଣରୁ ତାଙ୍କୁ ବାହାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking