33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆସାମ ନିର୍ବାଚନ: ଗୋଟିଏ ବୁଥରେ ମତଦାତା ସୂଚୀରେ ଥିଲା ୯୦ ନାମ ; ହେଲେ ପଡିଲା...

ଆସାମ ନିର୍ବାଚନ: ଗୋଟିଏ ବୁଥରେ ମତଦାତା ସୂଚୀରେ ଥିଲା ୯୦ ନାମ ; ହେଲେ ପଡିଲା ୧୭୧ ଭୋଟ

ନୂଆଦିଲ୍ଲୀ: ଆସାମ ହସାଅ ଜିଲ୍ଲାର ଏକ ମତଦାନ କେନ୍ଦ୍ରରେ ଅନିୟମିତତା ହେଉଥିବା ସାମ୍ନାକୁ ଆସିଛି । ସେହି ମତଦାନ କେନ୍ଦ୍ରରେ କେବଳ ୯୦ ଜଣ ମତଦାତା ପଂଜକୃତ ରହିଛନ୍ତି । ହେଲେ ମୋଟ ୧୭୧ ଭୋଟ ପଡିଛି । ଏହି ଘଟଣା ଜଣାପଡିବା ପରେ ୫ ନିର୍ବାଚନ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।
ଅଧିକାରୀ କହିଛନ୍ତି, ଏହି ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ଏକ ଏପ୍ରିଲରେ ମତଦାନ ହୋଇଥିଲା । ହାଫଲୋଗରେ ୭୪ ପ୍ରତିଶତ ମତଦାନ ହୋଇଥିଲା । ତେବେ ବର୍ତମାନ ସେହି ମତଦାନ କେନ୍ଦ୍ରରେ ପୁଣି ମତଦାନ କରାଇବା ପାଇଁ ଏବେ ଆଧିକାରୀକ ଭାବରେ ଆଦେଶ ଜାରି କରାଯାଇନାହିଁ । ଦୀମା ହସାଓ ପୁଲିସ ଉପାୟୁକ୍ତଙ୍କ ସହ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ପକ୍ଷରୁ ନିଲମ୍ବନ ଆଦେଶ ୨ ଏପ୍ରିଲରେ ଜାରି କରାଯାଇଥିଲା । ହେଲେ ସୋମବାର ଏନେଇ ଜଣାପଡିଥିଲା । କାର୍ଯ୍ୟରେ ଅବହେଳା ଯୋଗୁଁ ନିର୍ବାଚନ ଆୟୋଗ ଏସ ଲହାଙ୍ଗୁମ(ସେକ୍ଟର ଅଫିସର), ପ୍ରହଲ୍ଲାଦ ସି ରଏ, ପରମେଶ୍ୱର ଚାରଂଗସା, ସ୍ୱରାଜ କାନ୍ତି ଦାସ, ଓ ଏଲ ଥିକଙ୍କୁ ନିଲମ୍ବିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking