28.1 C
Bhubaneswar
Thursday, May 2, 2024
Homeମନୋରଞ୍ଜନ୩ଡି ରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ 'ବେଲବଟମ'

୩ଡି ରେ ରିଲିଜ ହେବ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲବଟମ’

ନୂଆଦିଲ୍ଲୀ: ଅକ୍ଷୟ କୁମାର ଆଗାମୀ ଫିଲ୍ମ ‘ବେଲବଟମ’ ନେଇ  ଅନେକ ଲୋକପ୍ରିୟତା ହାସଲ କରିଛନ୍ତି । ପ୍ରଂଶସକଙ୍କ ନିଜ ପସନ୍ଦର ସୁପରଷ୍ଟାର ଅକ୍ଷୟ କୁମାର ଙ୍କ ଫିଲ୍ମ ‘ବେଲବଟମ’ ପ୍ରେକ୍ଷାଳୟରେ ରିଲିଜ ହେବ । ସେହିଭଳି ନିର୍ମାତାଙ୍କ ଆଉ ଏକ ଘୋଷଣା ଏବେ ଏହି ଉତ୍ସାହକୁ ଆଉ ୪ ଗୁଣ ବଢାଇ ଦେଇଛି । ପୁଜା ଏଣ୍ଟରଟେନମେଣ୍ଟର ଜାସୁସୀ ଥ୍ରିଲର ୨ଡି ସହିତ ୩ଡି ଫର୍ମାଟରେ ବି ରିଲିଜ ହେବ । ଦର୍ଶକଙ୍କ ଏହି ୩ଡି ଅନୁଭବ ଅନେତ ଉତ୍କଣ୍ଠାପୂର୍ଣ୍ଣ ରହିବ । ଏମିତିରେ ବି କରୋନା ଲକଡାଉନ ପରେ ସିନେମା ହଲ ଖୋଲିବା ଖୁସି ଏହାସହିତ ଦୁଇଗୁଣା  ହେବ ।

ଏହି ଘୋଷଣା ପରେ ଓ  କୋଭିଡ ୧୯ର ଦ୍ୱିତୀୟ ଲହର ପରେ ଅକ୍ଷୟ କୁମାରଙ୍କ ଏହା ପ୍ରଥମ ଫିଲ୍ମ, ଯାହା ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ଟିଜର ପୂର୍ବରୁ ହିଁ ଦର୍ଶକଙ୍କ ଉପରେ ପ୍ରଭାବ ପକାଇସାରିଛି । ଆଉ ଏବେ ଏହି ଘୋଷଣା ତାଙ୍କ ପ୍ରଂଶସକ ଫିଲ୍ମକୁ ସିନେମା ହଲରେ ଦେଖିବା ପାଇଁ ଆହୁରି ଉତ୍ସାହିତ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking