38.8 C
Bhubaneswar
Friday, April 19, 2024
Homeସ୍ୱାଧୀନତା ଦିବସ୧୫ ଅଗଷ୍ଟ ମୋଦିଙ୍କ ଭାଷଣରେ ଆପଣଙ୍କ ବିଚାର ହୋଇପାରେ ସାମିଲ

୧୫ ଅଗଷ୍ଟ ମୋଦିଙ୍କ ଭାଷଣରେ ଆପଣଙ୍କ ବିଚାର ହୋଇପାରେ ସାମିଲ

ନୂଆଦିଲ୍ଲୀ: ୧୯୪୭ ମସିହା ୧୫ ଅଗଷ୍ଟରେ ଭାରତକୁ ବ୍ରିଟିଶ ସାସନରୁ ମୁକ୍ତି ମିଳିଥିଲା । ସେବେଠୁ ପ୍ରତିବର୍ଷ ୧୫ ଅଗଷ୍ଟକୁ ସ୍ୱତନ୍ତ୍ରତା ଦିବସ ଭାବରେ ପାଳନ କରାଯାଏ । ଗତବର୍ଷ ଭାରତେ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବରେ ୭୪ ବର୍ଷ ପୂରଣ କରିଥିଲା । ଏଥିପାଇଁ ଭାରତରେ ୭୫ତମ ସ୍ୱାଧୀନତା ଦିବସ  ୧୫ ଅଗଷ୍ଟରେ ପାଳନ କରାଯିବ । ସ୍ୱାଧୀନତା ଦିବସ ହେଉଛି ଭାରତର ରାଷ୍ଟ୍ରୀୟ ପର୍ବ । ଏଥିପାଇଁ ୧୫ ଅଗଷ୍ଟରେ ରାଜପତ୍ରିତ ଅବକାଶ ରଖାଯାଏ । ବର୍ତମାନ ସମଗ୍ର ଦୁନିଆ ମହାମାରୀ କରୋନା ସହ ଲଢେଇ କରୁଛି । ଏହାରି ମଧ୍ୟରେ ପିଏମ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତର ନାରା ଦେଇଛନ୍ତି । ଯାହାକୁ ଏବେ କେନ୍ଦ୍ର ସରକାର ୧୫ ଅଗଷ୍ଟ ସ୍ୱତନ୍ତ୍ରତା ଦିବସ ୨୦୨୧ର ଥିମ ‘ଆତ୍ମନିର୍ଭର ଭାରତ’ ବନାଇଛି । ଚଳିତବର୍ଷ ଲାଲକିଲ୍ଲାରେ ସ୍ୱତନ୍ତ୍ରତା ଦିବସ ସମାରୋହର ଆୟୋଜନ କରାଯିବ । ସେହିଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଅନଲାଇନରେ ପ୍ରସାରିତ କରାଯିବ ।

ତେବେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ  ଅଭିଭାଷଣ ରଖିଥାନ୍ତି । ୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାନ୍ତ ପୋଷଣ କଲା । ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ। ସେହି ଦେଶ ନାଗରିକମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେଇ ଥାଏ।

ମୋଦି ୮ମ ଥର ପାଇଁ ଲାଲ କିଲ୍ଲା ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିବେ । ତେବେ ନିଜ ଭାଷଣ ପାଇଁ ମୋଦି ଯୁବପିଢୀଙ୍କୁ ସେମାନଙ୍କ ବିଚାର ଓ ପରାମର୍ଶ ଲୋଡିଛନ୍ତି । ଆପଣଙ୍କ ବିଚାର ପ୍ରଧାନମନ୍ତ୍ରୀ ଭାଷଣରେ ସାମିଲ ହୋଇପାରେ ବୋଲି ମୋଦି ଟ୍ୱିଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ସ୍ୱତନ୍ତ୍ରତା ଦିବସ ଅବସରରେ ନିଜ ଭାଷଣ ପାଇଁ ଜନତାଙ୍କ ଠାରୁ ପରାମର୍ଶ ଲୋଡିଥାନ୍ତି । ଚଳିତବର୍ଷ ବି ଲୋକେ ମାଇଗଭ୍ ୱେବସାଇଟରେ ନିଜ ବିଚାର ଓ ମତ ରଖିପାରିବେ । ଯାହା ମଧ୍ୟରୁ କିଛି ପ୍ରଧାନମନ୍ତ୍ରୀ ନିଜ ଭାଷଣରେ ସାମିଲ କରିପାରନ୍ତି ।  ଏହିଦିନ ପାଇଁ ସବୁ ଭାରତୀୟ ନିଜକୁ ଗର୍ବିତ ମନେକରି ସ୍ୱାଧୀନ ଭାରତର ନାଗରିକ ବୋଲି କହିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking