33.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଅଗଷ୍ଟରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ଅଗଷ୍ଟରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଚଳିତ ମାସରେ ବ୍ୟାଙ୍କରେ କିଛି ଜରୁରୀ କାମ ଅଛି, ତେବେ ଏହି ଖବର ଆପଣ ଜାଣିବା ନିହାତି ଜରୁରୀ । ରିଜର୍ଭ ବ୍ୟାଙ୍କ ଲିଷ୍ଟ ଅନୁସାରେ, ସମଗ୍ର ଦେଶର ଭିନ୍ନ ଭିନ୍ନ ଅଂଚଳରେ ଅଗଷ୍ଟ ମାସରେ ମୋଟ ୧୫ ଦିନ ବ୍ୟାଙ୍କ ଛୁଟି ପଡୁଛି । ଏହା ମଧ୍ୟରୁ ଅନେକ ହଲିଡେ ରହିଛି  । ଅର୍ଥାତ କିଛି ବିଶେଷ ଛୁଟି ହୋଇପାରେ । ବ୍ୟାଙ୍କ ଗୋଟିଏ ରାଜ୍ୟରେ ବନ୍ଦ ରହିଥିଲେ ଅନ୍ୟ ରାଜ୍ୟରେ କିନ୍ତୁ ଖୋଲିଥାଇପାରେ ।
୧ ଅଗଷ୍ଟ ୨୦୨୧ ରବିବାର ଥିଲା । ମାସ ଆରମ୍ଭ ଛୁଟିରୁ ହୋଇଛି । ଏହାପରେ ରବିବାର ଛୁଟି ୮ ଅଗଷ୍ଟ, ୧୫ ଅଗଷ୍ଟ, ୨୨ ଅଗଷ୍ଟ ଓ ୨୯ ଅଗଷ୍ଟରେ ପଡିବ । ଏହିଭଳି ୧୪ ଅଗଷ୍ଟ ଓ ୨୮ ଅଗଷ୍ଟକୁ ଦ୍ୱିତୀୟ ଓ ୪ର୍ଥ ଶନିବାର ପଡିବ । ଏହିଦିନ ବି ବ୍ୟାଙ୍କ ବନ୍ଦ ରହିବ । ଅର୍ଥାତ ରବିବାର ଛୁଟି ୫ ଓ ଶନିବାରର ୨ ଛୁଟି ମିଶାଇ ୭ ଛୁଟି ଏହି ମାସରେ କେବଳ ରବିବାର ଓ ଶନିବାରର ରହୁଛି ।

ଇଂଫାଲରେ ୧୩ ଅଗଷ୍ଟରେ ପୌଟ୍ରିୟଟ ଡେ ରେ ବ୍ୟାଙ୍କ ବନ୍ଦ ରହିବ । ପାରସୀ ନବବର୍ଷରେ ୧୬ ଅଗଷ୍ଟରେ ବେଲାପୁର, ମୁମ୍ବାଇ ଓ ନାଗାପୁରରେ ବ୍ୟାଙ୍କ ବନ୍ଦ ରହିବ ।  ୧୯ ଅଗଷ୍ଟରେ ମୁହରମ ପାଇଁ ବ୍ୟାଙ୍କ କାମ ହେବ ନାହିଁ । ସେହି ଦିନ ଅଗରତାଲା, ଅହମ୍ମଦାବାଦ, ବେଲାପୁର, ଭୋପାଲ, ହାଇଦ୍ରାବାଦ, ଜୟପୁର, ଜମ୍ମୁ, କାନପୁର, କୋଲକାତା, ଲଖନଉ, ମୁମ୍ବାଇ, ନାଗପୁର, ନୂଆ ଦିଲ୍ଲୀ, ପାଟନା, ରାୟପୁର, ରାଂଚୀ ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

ସେହିପରି ଓଣମ ପାଇଁ ୨୦ ଅଗଷ୍ଟରେ ବେଙ୍ଗାଲୁରୁ, ଚେନ୍ନାଇ, କୋଚି ଓ ତିରୁବନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ । ୨୧ ଅଗଷ୍ଟରେ ଥିରୁବୋଣମ ଓ ୨୩ ଅଗଷ୍ଟରେ ସ୍ରୀ ନାରାୟଣ ଗୁରୁ ଜୟନ୍ତୀ ଅବସରରେ କୋଚି ଓ ତିରୁବନ୍ତପୁରମରେ ବ୍ୟାଙ୍କ ଅବକାଶ ରହିବ । ୩୦ ଅଗଷ୍ଟରେ କୃଷ୍ଣ ଜନ୍ମାଷ୍ଟମୀ ଅବସରରେ ବ୍ୟାଙ୍କରେ କାମ ହେବ ନାହିଁ । ସେହି ଦିନ ଅହମ୍ମଦାବାଦ, ଚଣ୍ଡୀଗଡ, ଚେନ୍ନାଇ, ଡେରାଡୁନ, ଗାଙ୍ଗଟକ, ଜୟପୁର, ଜମ୍ମୁ, କାନପୁର, ଲଖନଉ, ପାଟନା, ରାୟପୁର, ରାଂଚୀ, ଶିଲଙ୍ଗ, ସିମଲା ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ । ହାଇଦ୍ରାବାଦରେ କୃଷ୍ଣ ଜନ୍ମାଷ୍ଟମୀ ୩୧ ଅଗଷ୍ଟରେ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking