34.1 C
Bhubaneswar
Wednesday, May 1, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

‘କ୍ଷମା’ ବହୁତ ଭାଗ୍ୟବାନ ଅଟେ ଯାହାକୁ ପାଇଲା ପରେ ଲୋକମାନେ ନିଜ ଲୋକଙ୍କୁ ମନେ ପକାନ୍ତି କିନ୍ତୁ ‘ଅହଙ୍କାର’ କେଡେ ହତଭାଗା ଅଟେ, ଯାହାକୁ ପାଇଲା ପରେ ଲୋକମାନେ ଆପଣାର ଲୋକଙ୍କୁ ମଧ୍ୟ ଭୁଲିଯାଆନ୍ତି..

ଜ୍ଞାନଠୁ ଭକ୍ତି ଉଚ୍ଚ ସୋପାନରେ ସ୍ଥାପିତ, ସାତ୍ତ୍ଵିକ ଭକ୍ତିଧେୟ ହେଲେ ହିଁ ପରମ ଗତି ପ୍ରାପ୍ତି ସମ୍ଭବ । କାମ, କ୍ରୋଧ, ଲୋଭକୁ ବର୍ଜନ କଲା ପରେ ମଣିଷ ଭକ୍ତି ସ୍ତରକୁ ଆସି ପାରିବ ।।

ବଜାରରେ ମିଳୁଥିବା ଚ୍ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୁହେଁ, ନିଜର ମଧୁର ସ୍ଵାଦ ପାଇଁ ଅଧିକ ଦାମରେ ବିକ୍ରି ହୋଇଯାଏ । ଠିକ୍ ସେହିପରି ମଣିଷ ଛୋଟ ହେଉ ଅବା ବଡ, ଧନୀ ହେଉ ଅବା ଗରିବ, ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ ।।.
ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ….

କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ….
ଜୟ ଜଗନ୍ନାଥ

ଅଦ୍ୟ ଅପ୍ରେଲ ମାସ ୧୪ ତାରିଖ ୨୦୨୪ ମସିହା(ରବିବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- ଶୁକ୍ଳପକ୍ଷ
ତିଥି- ଷଷ୍ଠୀ ଦିବା ଘ ୧୧/୨୮ ଗତେ ସପ୍ତମୀ
ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ୦୨/୦୧ ଗତେ ପୁନର୍ବସୁ
ଚନ୍ଦ୍ର- ମିଥୁନ
ଯୋଗ- ଅତିଗଣ୍ଡ
କରଣ – ତୈତିଳ
ସୌରମାସ- ମେଷ ୦୧ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୪୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୦୫
*✧═════•❁❀
ଯୋଗିନୀ ପଶ୍ଚିମ ଦିବା ଘ୧୧/୨୮ ଗତେ ବାୟବ୍ୟେ
ଷଷ୍ଠୀ ର ଏକୋଦିଷ୍ଟ ଓ ସପ୍ତମୀ ର ପାର୍ବଣ ଶ୍ରାଦ୍ଧ
କନ୍ୟା ରାଶି ର ଘାତଚନ୍ଦ୍ର
ମେଷ ରାଶି ର ଘାତବାର
✧═════•❁❀❁•═══
କାଳବେଳା ଓ ବାରବେଳା – ଦିବା ଘ୧୦/୧୩ ଗତେ ଘ୦୧/୨୦ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୬/୧୮ ଗତେ ଘ୦୯/୩୦ ମଧ୍ୟେ ଓ ରାତ୍ରି ଘ୦୭/୩୭ ଗତେ ଘ୦୯/୧୪ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୧୯ ମଧ୍ୟେ ଓ ରାତ୍ରି ଘ୦୬/୫୦ ଗତେ ଘ୦୭/୩୬ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ନିମ୍ବ ଦିବା ଘ୧୧/୨୮ ଗତେ ତାଳ ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ: ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
✧═════•❁❀❁•═════✧
ବୃଷ: ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
✧═════•❁❀❁•═════✧
ମିଥୁନ: ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
✧═════•❁❀❁•═════✧
କର୍କଟ:ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
✧═════•❁❀❁•═════✧
ସି˚ହ: ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
✧═════•❁❀❁•═════✧
କନ୍ୟା:ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
✧═════•❁❀❁•═════✧
ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
✧═════•❁❀❁•═════✧
ବିଛା: ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
✧═════•❁❀❁•═════✧
ଧନୁ:ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
✧═════•❁❀❁•═════✧
ମକର:ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।
✧═════•❁❀❁•═════✧
କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
✧═════•❁❀❁•═════✧
ମୀନ: ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking