36.1 C
Bhubaneswar
Saturday, May 4, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଭାବନା ଆମ ଜୀବନରେ ଅନେକ ମହତ୍ତ୍ୱ ରଖିଥାଏ କାରଣ ତାହା ଆମ ହୃଦୟରୁ ଜନ୍ମ ନେଇଥାଏ । ତାକୁ ପରିପ୍ରକାଶ କଲେ ସେ ବଢିଥାଏ , ଅଣଦେଖା କଲେ ସେ ମରିଯାଏ ଆଉ ପରିପ୍ରକାଶ କରି ସମ୍ମାନ ସହ ସାଇତି ରଖିଲେ ସେ ସବୁଦିନ ପାଇଁ ଆମ ସହିତ ରହିଥାଏ ।।

ଜୀବନ ହେଉଛି ଏକ କଠିନତମ ପରୀକ୍ଷା ଏହି ପରୀକ୍ଷାରେ ସେହିମାନେ ଫେଲ ହୋଇଯାଆନ୍ତି,ଯେଉଁମାନେ ଅନ୍ୟକୁ କପି କରିବାକୁ ଚେଷ୍ଟା କରନ୍ତି କାରଣ ସେମାନେ ଜାଣନ୍ତିନି ଯେ, ଏଠି ସମସ୍ତଙ୍କର ଅଲଗା ଅଲଗା ପ୍ରଶ୍ନପତ୍ର। ତେଣୁ ନିଜକୁ କେବେ ଅନ୍ୟ ସହ ତୁଳନା କରନି। କାରଣ ଭଗବାନ ସମସ୍ତଙ୍କୁ ସମାନ କରିନାହାନ୍ତି, ତେଣୁ ନିଜ ହିସାବରେ ନିଜେ ରୁହ ll

ମନ୍ଦିର ବାହାରେ ଲେଖା ଥାଏ ଏକ ନିରାଟ ସତ୍ୟ.. ଯଦି ଉପବାସ କରିଲେ ଭଗବାନ ଖୁସି ହୁଅନ୍ତେ ତା ହେଲେ ଏ ସଂସାରରେ ଖାଲି ପେଟରେ ବୁଲୁଥିବା ବୁଲୁଥିବା ଭିକାରୀ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ହୁଅନ୍ତେ, ତେଣୁ ଉପବାସ ଅନ୍ନର ନୁହଁ ବିଚାରର କର, ପ୍ରଥମେ ମଣିଷ ନିଜେ ଠିକ୍ ହେବା ଦରକାର ll

ଅଦ୍ଯ ବୃଷ ଦି୩ନ,ତ୍ରୟୋଦଶୀ ଦ୪୩।୨୫ ରାଘ୧୦।୩୬,ରେବତୀ ଦ୭।୫୯ ଦିଘ୮।୨୬,ମୀନ ଚନ୍ଦ୍ର ଦ୭।୫୯ ଦିଘ୮।୨୬.

ଭାରତୀୟ ସାଧାରଣ ସମୟ ଅନୁସାରେ (I.S.I.)
ବୃଷ ଦ୦/୧୨/୨୦ ଇଂଘ୫/୧୩/୫୬ ଗତେ ଉଦୟ।
ବିଛା ଦ୦/୧୫/୨୦ ଇଂଘ ୬/୧୧/୦୯ ଗତେ ଅସ୍ତ ।

ଯୋଗିନୀ ଦକ୍ଷିଣେ । ରାତ୍ରି ଘ୧୦।୩୬ ଗତେ ପଶ୍ଚିମେ ।ଯାତ୍ରା ଶୁଭ । ଅଦ୍ୟ ଦେବତାଗଠନ, ନୌକାଗଠନ ଓ ଚାଳନ,ବାଣିଜ୍ୟକରଣ, ହଳପ୍ରବାହ ଓ ବୀଜବପନ, ଔଷଧିକରଣ ଓ ଭକ୍ଷଣ, ନାମକରଣ ଓ ଦୀକ୍ଷାଗ୍ରହଣ । ଅଦ୍ୟ ରାତ୍ରି ଘ୧୦।୩୬ ମଧ୍ୟେ ବିବାହ ଓ ପାଣିଗ୍ରହଣ । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି । ଦ୍ଵିଜା, କୃତ୍ତିକା ମୃଗଶିରା ପୁନର୍ବସୁ ଅଶ୍ଳେଷା ପୂର୍ବାଫାଃ ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୮।୨୬ ଗତେ ବୃଷ ମିଥୁନ କର୍କଟ ତୁଳା ବିଛା ମକର କୁମ୍ଭ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ମେଷ ରାଶିର ଘାତଚନ୍ଦ୍ର ।କର୍କଟ ରାଶିର ଘାତବାର । ଦିବା ଘ୮।୨୨ ଗତେ ଘ୧୦।୧ ମଧ୍ୟେ କାଳବେଳା । ଘ୧୧।୩୯ ଗତେ ଘ୧।୧୬ ମଧ୍ୟେ ବାରବେଳା । ରାତ୍ରି ଘ୨।୨୭ ଗତେ ଘ୩।୪୯ ମଧ୍ୟେ କାଳରାତ୍ରି ।ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବାର୍ତ୍ତାକୀ(ବାଇଗଣ) ଭକ୍ଷଣ ନିଷେଧ ।
(ଅମୃତ) – ଦିବା ଘ୭।୩୮ ଗତେ ଘ୧୦।୫୦ ମଧ୍ୟେ ଘ୧।୧୩ ଗତେ ଘ୪।୨୫ ମଧ୍ୟେ ରାତ୍ରି ଘ୧୦।୧୨ ଗତେ ଘ୧୨।୩୬ ମଧ୍ୟେ ଘ୨।୧୨ ଗତେ । (ମାହେନ୍ଦ୍ର) – ନାସ୍ତି ।

ମେଷ: ଚାକିରିଆଙ୍କୁ ପସନ୍ଦର ପ୍ରକଳ୍ପ ମିଳିବା ଯୋଗୁଁ ମନ ପ୍ରସନ୍ନ ହେବ। ଜୀବନସାଥୀଙ୍କ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ। ପରିବାରରେ ପରିବେଶ ଆନନ୍ଦମୟ ରହିବ।

ବୃଷ: ଆପଣ କାହାରିଙ୍କୁ ସାହାଯ୍ୟ କରିବା ଯୋଗୁଁ ମନକୁ ଶାନ୍ତି ମିଳିବ। ଇସ୍ପାତ ବ୍ୟବସାୟୀଙ୍କ ହାତକୁ ବଡ଼ କାମ ଆସିବ। ଯେଉଁ କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିଦେବେ।

ମିଥୁନ: ନୂଆ ଯୋଜନା ବନାଇବାରେ ସଫଳ ହେବେ। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଲାଭଦାୟକ। ଛାତ୍ରଛାତ୍ରୀ ଲେଖାପଢ଼ାରେ ବ୍ୟସ୍ତ ରହିବେ।

କର୍କଟ: ପ୍ରଭୁଙ୍କ ଆରାଧନାରେ ମନ ଲଗାଇବେ। ଅଫିସରେ ସମସ୍ତେ ଆପଣଙ୍କ ଉପରେ ଖୁସି ହେବେ। ବନ୍ଧୁଙ୍କୁ ସାହାଯ୍ୟ କରିବେ। ବେପାରୀଙ୍କ ଲାଗି ଦିନଟି ଲାଭପ୍ରଦ।

ସିଂହ: ଆପଣଙ୍କ ଯୋଜନାର ସକାରାତ୍ମକ ଉତ୍ତର ମିଳିବା ଯୋଗୁଁ ଖୁସି ହେବେ। କାମରେ ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଅନ୍ୟର କାମରୁ ନିଜକୁ ଦୂରେଇ ରଖନ୍ତୁ।

କନ୍ୟା: ବେପାର ବୃଦ୍ଧି ହେବ। ଲକ୍ଷ୍ୟ ହାସଲ ପାଇଁ ଲୋକଙ୍କ ସହଯୋଗ ପାଇବେ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ। କୌଣସି ଉଦ୍ୟୋଗରୁ ସାକ୍ଷାତକାର ଲାଗି ଡାକରା ଆସିପାରେ।

ତୁଳା: କାମର ନୂଆ ପଦ୍ଧତି ଉପରେ ବିଚାର କରିବେ। କୌଣସି ଆହ୍ବାନର ସାମନା କରିବେ। ପରିଶ୍ରମର ଫଳ ଅତିଶୀଘ୍ର ମିଳିବ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଜଭୁତ ରହିବ।

ବିଛା: ସମାଜରେ ମାନ ସମ୍ମାନ ମିଳିବ। ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ପ୍ରସନ୍ନତା ବଜାୟ ରହିବ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ।

ଧନୁ: ଆପଣଙ୍କ କ୍ୟାରିୟରରେ ଅଚାନକ ପରିବର୍ତ୍ତନ ଆସିପାରେ। ପୁରୁଣା ଜମିରୁ ଆପଣଙ୍କୁ ଧନଲାଭ ହେବ। ବ୍ୟବସାୟରେ କରିଥିବା କାମର ଶ୍ରେୟ ପାଇବେ।

ମକର: କୌଣସି କାମରେ ଦୂର ସ୍ଥାନକୁ ଯିବେ। ଘରର ନୂଆ ଦାୟିତ୍ବ ସମ୍ଭାଳିବେ। ଜୀବନସାଥୀ ଆପଣଙ୍କୁ କିଛି ଉପହାର ଦେଇପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ମାଆଙ୍କ ସହିତ ବନ୍ଧୁ ଘରକୁ ଯାଇପାରନ୍ତି। ବହୁ ଦିନର ସ୍ବପ୍ନ ସାକାର ହେବ। ଘରର କୌଣସି କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ସମ୍ମୁଖକୁ ଆୟର ନୂଆ ଉତ୍ସ ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ: ବନ୍ଧୁ ସହିତ ବୁଲି ଯିବାର ଯୋଜନା କରିବେ। ପ୍ରିୟଜନଙ୍କ ସହିତ ଜିନିଷ କିଣିବାକୁ ଯିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking