30.1 C
Bhubaneswar
Monday, May 6, 2024
Homeଓଡିଶା*" ସୁବିଚାର *

*” ସୁବିଚାର *

➡️”କ୍ରମାଗତ ଭାବରେ ପବିତ୍ର ଭାବନ୍ତୁ, ଖରାପ ସଂସ୍କୃତିକୁ ଦମନ କରିବାର ଏହା ହେଉଛି ଏକମାତ୍ର ସମାଧାନ !!”

➡️”ସମୟ ଏବଂ ଶିକ୍ଷାର ସଠିକ୍ ବ୍ୟବହାର ଜଣେ ବ୍ୟକ୍ତିଙ୍କୁ ସଫଳ କରିଥାଏ ବୋଲି ବିବେକାନନ୍ଦ କହିଛନ୍ତି !!”

➡️”ଜୀବନରେ ସବୁ କାର୍ଯ୍ୟ ସହଜ ନୁହେଁ ଏବଂ ସହଜ କାର୍ଯ୍ୟଟି ବିଶେଷ ହୋଇନଥାଏ !!”

➡️”ତୁମେ ତଳେ ପଡ଼ି ଦେଖ, ତୁମକୁ ଉଠାଇବାକୁ କେହି ଆସିବେ ନାହିଁ | ଯଦି ତୁମେ ଟିକିଏ ଉପରକୁ ଉଡିଯାଅ, ତେବେ ସମସ୍ତେ ତୁମକୁ ତଳକୁ ଖସାଇବାକୁ ଆସିଯିବେ !!”
[8:44 am, 20/01/2023] Abhimanyu Sir ONA: ଅନୁଚିନ୍ତା

➡️”ପ୍ରକୃରେ ” ନିଦ ” ଆଉ ” ମୃତ୍ୟୁ ” ଭାଇ ଭାଇ ହୋଇଥାନ୍ତି , ହେଲେ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ କେବଳ ଗୋଟିଏ ” ନିଦ ” ଭାଙ୍ଗିଲେ ‘ ସକାଳ ‘ ଆଉ ନଭାଙ୍ଗିଲେ ‘ ପରକାଳ ‘ !!”

➡️”ନିଜକୁ କେବେବି ଛୋଟ ମନେ କରନ୍ତୁ ନାହିଁ , କାହିଁକିନା ଛୋଟ ଛୋଟ ଦୁବଘାସ ଦେବତାଙ୍କ ପୂଜାରେ ଲାଗିଥାଏ , ମୁଣ୍ଡ ଉପରେ ଥିବା ବିଶାଳ ତାଳଗଛ ନୁହେଁ !!”

➡️”ଯେପରି ” ବର୍ଷା ” ର ଛୋଟଛୋଟ ବୁନ୍ଦା ଲଗାତାର ବରଷିବା ଫଳରେ ବଡ଼ ନଦୀ ଟିଏ ହୋଇଯାଏ ସେହିପରି ମଣିଷର ଛୋଟ ଛୋଟ ” ପ୍ରୟାସ ” ମଧ୍ୟ ଜୀବନରେ ବଡ଼ ପରିବର୍ତ୍ତନ ଆଣିଦେଇପାରେ . !!”

➡️”ଇତିହାସ ସାକ୍ଷୀ ଅଛି , ଯଦି ଆପଣ କିଛି ଅଲଗା କରିବାକୁ ଚାହୁଁଛନ୍ତି ତେବେ ଭିଡ଼ରୁ ଦୂରେଇ ଯାଆନ୍ତୁ , କାହିଁକିନା ଭିଡ଼ ସାହସ ଦେଇଥାଏ କିନ୍ତୁ ପରିଚୟ ଛଡ଼ାଇ ନେଇଥାଏ !!”

ଅଦ୍ୟ ଜାନୁଆରୀ ମାସ ୨୦ ତାରିଖ ୨୦୨୩ ମସିହା(ଶୁକ୍ରବାର)

ଶକାବ୍ଦ -୧୯୪୪

ସମ୍ବତ -୨୦୭୯

ଦିଲ୍ଲୀସ୍ୱରାଦ୍ଧ-୧୪୩୦

ସମ୍ବତ୍ସର-ଅନଳ

ମାଘମାସ-କୃଷ୍ଣପକ୍ଷ

ତିଥି- ତ୍ରୟୋଦଶୀ ଦିବା ଘ୦୯/୪୭ ଗତେ ଚତୁର୍ଦ୍ଦଶୀ

ନକ୍ଷତ୍ର-ମୂଳା ଦିବା ୦୧/୦୫ ଗତେ ପର୍ବାଷାଢ଼ା

ଚନ୍ଦ୍ର-ଧନୁ

ଯୋଗ- ବ୍ୟାଘାତ

କରଣ – ବାଣିଜ୍ୟ

ସୌରମାସ- ମକର ୦୭ ଦିନ

✧═════•❁❀❁•═════✧

ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୩

ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୮/୦୯

*✧═════•❁❀

ଯୋଗିନୀ ଦକ୍ଷିଣେ ଦିବା ଘ୦୯/୪୭ ଗତେ ପଶ୍ଚିମେ

ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର

ବିଛା,ଧନୁ ଓ ମୀନ ରାଶିର ଘାତବାର

ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ

✧═════•❁❀❁•═══

କାଳବେଳା ଓ ବାରବେଳା – ଦିବା ଘ୦୯/୧୨ ଗତେ ଘ୧୧/୫୬ ମଧ୍ୟେ

══•❁❀❁•═

ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୦୪ ମଧ୍ୟେ ଓ ୦୮/୫୨ଗତେ ଘ୦୯/୧୧ ମଧ୍ୟେ ଓ ଘ୦୩/୦୪ ଗତେ ଘ୦୩/୫୨ ମଧ୍ୟେ

ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ଦିବା ୦୩/୫୩ଗତେ ଘ୦୫/୨୯ ମଧ୍ୟେ

═✧*══•❁❀❁•═════✧

*ଅଦ୍ୟ ବାଇଗଣ ଦିବା ଘ୦୯/୪୭ ଗତେ ବିରି ଭକ୍ଷଣ ନିଷେଧ *

✧═════•❁❀❁•═════✧

ଆଜିର ରାଶିଫଳ

✧═════•❁❀❁•═════✧

🌹ମେଷ🌹👉ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ବୃଥା ବିବାଦ, ଟଣା ଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।

✧═════•❁❀❁•═════✧

🌹ବୃଷ🌹👉ବାଣିଜ୍ୟ, ସନ୍ତାନଙ୍କ ସମସ୍ୟା ସମାଧାନ ହେବ । ବିବାଦ, ଚୋରି, ବୃଥାଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହସୀମା, ଗାଡି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।

✧═════•❁❀❁•═════✧

🌹ମିଥୁନ🌹👉ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟ କରିବେ କିନ୍ତୁ କର୍ମ କ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ।

✧═════•❁❀❁•═════✧

🌹କର୍କଟ🌹👉ଆତ୍ମୀୟ ସ୍ବଜନଙ୍କ ସହ କଳହ ହୋଇପାରେ ।ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ପାରିବେ ନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।

✧═════•❁❀❁•═════✧

🌹ସିଂହ🌹👉ଆଜି ଆପଣଙ୍କ ପରିବାର ଓ ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହୋଇପାରେ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ

✧═════•❁❀❁•═════✧

🌹କନ୍ୟା🌹👉ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।

✧═════•❁❀❁•═════✧

🌹ତୁଳା🌹👉ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।

✧═════•❁❀❁•═════✧

🌹ବିଛା🌹👉ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।

✧═════•❁❀❁•═════✧

🌹ଧନୁ🌹👉 ଆଜି ଦିନରେ ମନ ଭଲ ରହିବ ନାହିଁ । ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।

✧═════•❁❀❁•═════✧

🌹ମକର🌹👉ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।

✧═════•❁❀❁•═════✧

🌹କୁମ୍ଭ🌹👉ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।

✧═════•❁❀❁•═════✧

🌹ମୀନ🌹👉:-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking