36.1 C
Bhubaneswar
Saturday, May 4, 2024
Homeଓଡିଶାଜେଲ୍ ଗଲେ ସ୍ଵତନ୍ତ୍ର ସଚିବ

ଜେଲ୍ ଗଲେ ସ୍ଵତନ୍ତ୍ର ସଚିବ

ଭୁବନେଶ୍ଵର: ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ ହୋଇଥିଲେ । ଆଜି ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଝାରପଡ଼ା ଜେଲ ପଠାଯାଇଛି । ଅଜୟଙ୍କ ଘରୁ ୩କୋଟି ୭୯ହଜାର ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହାସହ ତାଙ୍କ ପତ୍ନୀ ସଂଘମିତ୍ରା ଦାସଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଜୟ ଦାସ ବର୍ତ୍ତମାନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ ଅଛନ୍ତି । ସେ ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ।
ଉଲ୍ଲେଖଯୋଗ୍ୟ ଯେ ଗତ ୧୨ ତାରିଖ ଦିନ ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଏହାପରେ ସେ ଜବତ ହୋଇଥିବା ସମ୍ପତ୍ତିର ସଠିକ ସୂଚନା ଦେଇପାରିନଥିଲେ । ତେଣୁ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।
ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଟଙ୍କପାଣି ରୋଡ଼, ପଟିଆ, ନୂଆଗାଁ , ବାଲେଶ୍ୱର ସ୍ଥିତ ଘରେ ଭିଡଜିଲାନ୍ସ ରେଡ଼ ପକେଇଥିଲା । ଖାଲି ଏତିକି ନୁହେଁ ଭୁବନେଶ୍ୱରରୁ ୨ଟି ଓ ପୁରୀରୁ ଗୋଟିଏ ଫ୍ଲାଟ ମଧ୍ୟ ଠାବ କରିିଥିଲା ଭିଜିଲାନ୍ସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking