29.1 C
Bhubaneswar
Friday, April 26, 2024
HomeUncategorizedଶାଶୁ ମୃତ୍ୟୁର ଦଶକର୍ମ ଚାଲିଥିବା ବେଳେ ବୋହୂର ମୃତ୍ୟୁ

ଶାଶୁ ମୃତ୍ୟୁର ଦଶକର୍ମ ଚାଲିଥିବା ବେଳେ ବୋହୂର ମୃତ୍ୟୁ

 
ଗତସିଂହପୁର:(ପ୍ରତାପ କୁମାର ସିଂହ ) ଶାଶୁ ମୃତ୍ୟୁର ଦଶକର୍ମ ଚାଲିଥିବା ବେଳେ ବୋହୂର ମୃତ୍ୟୁ ହୋଇଛି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତରେ। ସୂଚନାନୁଯାୟୀ ଗୋବିନ୍ଦପୁର ଗ୍ରାମର ମୁରଲୀଧର ପ୍ରଧାନଙ୍କ ପତ୍ନୀଙ୍କର ୧୦ଦିନ ତଳେ ମୃତ୍ୟୁ ହୋଇଥିଲା। ଗତକାଲି (ଗୁରୁବାର) ତାଙ୍କର ଦଶ ହୋଇଥିବାରୁ ପରିବାର ଲୋକେ ଦଶତୁଠରୁ ଫେରିବା ପରେ ଘର ଛାତ ଉପରେ ଦଶକର୍ମ ଚାଲିଥିବା ବେଳେ ଘର ଭିତରେ ତାଙ୍କର ବଡବୋହୂ ବାଲିଶଯ୍ୟା ପ୍ରସ୍ତୁତିରେ ସହଯୋଗ କରୁଥିଲେ ହଠାତ୍ ଛାତି ଯନ୍ତ୍ରଣା ହେଉଥିବା କହି ସେହିଠାରେ ଟଳିପଡିଥିଲେ। ଯଥାଶୀଘ୍ର ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking