27.1 C
Bhubaneswar
Friday, May 10, 2024
Homeଦେଶ ବିଦେଶବସ୍‌ଙ୍କ ଏହି ସବୁ କଥା ଶୁଣି ଜଏନ୍ କରିବାର ୩ ଦିନ ଭିତରେ ଚାକିରି ଛାଡ଼ିଦେଲେ...

ବସ୍‌ଙ୍କ ଏହି ସବୁ କଥା ଶୁଣି ଜଏନ୍ କରିବାର ୩ ଦିନ ଭିତରେ ଚାକିରି ଛାଡ଼ିଦେଲେ ମହିଳା….

ନୂଆଦିଲ୍ଲୀ: କେବେ କେହି ୩ ଦିନ ମଧ୍ୟରେ ଚାକିରି ଛାଡ଼ିବା କଥା ଶୁଣିଛନ୍ତି ଜଣେ ମହିଳା ଏପରି କରିଛନ୍ତି । ରେଡିଟ୍‌ରେ ଚାକିରି ଛାଡ଼ିବା ପଛର କାରଣ ମହିଳା ଜଣକ ଉଲ୍ଲେଖ କରିଥିବା ବେଳେ ଏହା ସଭିଙ୍କୁ ଚକିତ କରିଛି । ତାଙ୍କର ଏହି ପୋଷ୍ଟ୍‌ଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହା ଉପରେ ଲୋକ ଖୁବ୍ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ସେ ତାହାର କାରଣ ଉଲ୍ଲେଖ କରି ଲେଖିଛନ୍ତି, ‘ମୁଁ ୩ ଦିନ ଭିତରେ ଚାକିରି ଛାଡ଼ି ଦେଲି’ ତାପରେ ସେ ତଳକୁ ତଳ ୩ଟି ପଏଣ୍ଟ୍ କରି କାରଣ ସବୁ ଉଲ୍ଲେଖ କରିଛନ୍ତି ।

ଯୁବତୀଙ୍କ କହିବାନୁସାରେ, ତାଙ୍କ ବସ୍ ତାଙ୍କୁ କହିଲେ କି ସେ କାମ କରିବା ପାଇଁ ଅଫିସ୍‌ରେ ଅଧିକ ସମୟ ରହୁନାହାନ୍ତି, ଯଦିଓ ତାଙ୍କୁ କୌଣସି କାମ ହିଁ ଦିଆ ଯାଉନଥିଲା । ତାଙ୍କର ମାନସିକ ସ୍ୱାସ୍ଥ୍ୟ ଖରାପ କି ବୋଲି ବସ୍ ପ୍ରଶ୍ନ ପଚାରିଥିଲେ । ତାହାର ଉତ୍ତରରେ ମହିଳା ଜଣକ ଯେତେବେଳେ କହିଲେ କି ୨ ବର୍ଷ ତଳେ ସେ ‘ଡିପ୍ରେସନ୍‌’ ପାଇଁ ଔଷଧ ଖାଉଥିଲେ ତ ବସ୍ ତାଙ୍କ ଉପରେ ବିରକ୍ତ ହେଲେ । ଏହି କଥା ତାଙ୍କୁ ଆରମ୍ଭରୁ କହିଦବାର ଥିଲା ବୋଲି କହିଥିଲେ । ମୁଁ ବହୁତ ଧୀରେ କାମ କରୁଛି ବୋଲି କହି ମଧ୍ୟ ବସ୍ ମୋତେ ବିରକ୍ତ ହୋଇଥିବା ଯୁବତୀ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି । ତେବେ ମହିଳାଙ୍କୁ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଚାକିରି ଛାଡ଼ିବା କାରଣରୁ ପ୍ରଶଂସା କରିବା ସହ ଆମାଗୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking