36.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ

ଚାଇନା ପରେ ଏବେ ଆମେରିକାରେ ବ୍ୟାପିଲାଣି ରହସ୍ୟମୟ ନିମୋନିଆ

ୱାଶିଂଟନ: ଆମେରିକାର ଓହିଓରେ ବହୁ ସଂଖ୍ୟକ ଶିଶୁ ରହସ୍ୟମୟ ନିମୋନିଆରେ ପୀଡିତ ହୋଇଥିବା କୁହାଯାଉଛି । ଏହି କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚାଇନାରେ ମଧ୍ୟ ରହସ୍ୟମୟ ନିମୋନିଆ ରୋଗ ଏବେ ଶିଖରରେ ଅଛି, ଯେଉଁଠାରେ ପିଲାମାନଙ୍କୁ ବହୁ ସଂଖ୍ୟାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ, ଓହିଓ ହେଉଛି ଆମେରିକାର ଏକମାତ୍ର ରାଜ୍ୟ ଯେଉଁଠାରେ ଚାଇନା ଭଳି ରହସ୍ୟମୟ ନିମୋନିଆ ରୋଗ ବ୍ୟାପିଛି । ୱାରେନ କାଉଣ୍ଟି ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଅଗଷ୍ଟରୁ ଏବେ ପର୍ଯ୍ୟନ୍ତ ୧୪୨ ଶିଶୁ ଚିକିତ୍ସା ମାମଲା ସାମ୍ନାକୁ ଆସିଛି, ଯାହାକୁ ହ୍ୱାଇଟ ଲଙ୍ଗ ସିଣ୍ଡ୍ରୋମ ନାମ ଦିଆଯାଇଛି । ୱାରେନ କାଉଣ୍ଟି ଅଧିକାରୀ ବୁଧବାର ଏକ ବିବୃତ୍ତିରେ କହିଛନ୍ତି ଯେ ଓହିଓ ମେଡିକାଲ ବିଭାଗ ପାଇଁ ହ୍ୱାଇଟ ଲଙ୍ଗ ସିଣ୍ଡ୍ରୋମ ଏକ ଚ୍ୟାଲେଞ୍ଜ ପାଲଟିଛି । ସେ କହିଛନ୍ତି ଯେ ଏହି ରୋଗ ଚାଇନାରେ ବ୍ୟାପିଥିବା ରୋଗ ସହିତ ସମାନ । ଅନେକ ୟୁରୋପୀୟ ଦେଶ ଏହି ପରି ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking