36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶନଭେମ୍ବରରେ ୧.୬୮ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନଭେମ୍ବରରେ ୧.୬୮ ଲକ୍ଷ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ନଭେମ୍ବରରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟିଛି । ନଭେମ୍ବର ୨୦୨୪ରେ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇ ୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ତେବେ ୨୦୨୩ ଅକ୍ଟୋବର ତୁଳନାରେ ନଭେମ୍ବରରେ ଜିଏସଟି ଆଦାୟ ହ୍ରାସ ପାଇଛି । ଅକ୍ଟୋବରରେ ଜିଏସଟି ଆଦାୟ ୧.୭୨ ଲକ୍ଷ କୋଟି ଟଙ୍କା ଥିଲା । ଅର୍ଥ ମନ୍ତ୍ରଣାଳୟ ଜିଏସଟି ସଂଗ୍ରହର ତଥ୍ୟ ଜାରି କରିଛି, ଯାହା ଅନୁଯାୟୀ ୨୦୨୩ ନଭେମ୍ବରରେ ଜିଏସଟି ଆଦାୟ ସମୁଦାୟ ୧,୬୭,୯୨୯ କୋଟି ଟଙ୍କା ହୋଇଛି, ଯାହା ପୂର୍ବରୁ ଅକ୍ଟୋବର ମାସରେ ୧,୭୨,୦୦୩ କୋଟି ଟଙ୍କା ଥିଲା । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୩୦,୪୨୦ କୋଟି ଟଙ୍କା, ରାଜ୍ୟଜିଏସଟି ୩୮,୨୨୬ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ୮୭,୦୦୯ କୋଟି ଟଙ୍କା ରହିଛି । ଗତ ମାସରେ ଆଇଜିଏସଟି ଆଦାୟ ୯୧,୩୧୫ କୋଟି ଟଙ୍କା ଥିଲା । ସେସ୍ ଆଦାୟ ୧୨,୨୭୪ କୋଟି ଟଙ୍କା ହୋଇଥିବା ବେଳେ ସେଥିରୁ ୧୦୩୬ କୋଟି ଟଙ୍କା ଆମଦାନୀ ସାମଗ୍ରୀ ଉପରେ ଆଦାୟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking