41.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶତାଲିବାନ୍ କବଜାରେ ଆଫଗାନିସ୍ତାନ

ତାଲିବାନ୍ କବଜାରେ ଆଫଗାନିସ୍ତାନ

ନୂଆଦିଲ୍ଲୀ : ଆଫଗାନିସ୍ତାନ ବର୍ତ୍ତମାନ ତାଲିବାନ କବଜାକୁ ଚାଲିଯାଇଛି । ୨୦ ବର୍ଷ ପୁଣି ଥରେ ଦେଶକୁ ତାଲିବାନ ଯୁଗ ଫେରିଛି । ଦେଶର ରାଷ୍ଟ୍ରପତି ଅଶରଫ ଘନି ଓ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଦେଶ ଛାଡ଼ିଛନ୍ତି । ତାଲିବାନର ଦୁଇ ନମ୍ବର ନେତା ମୁଲ୍ଲା ବରାଦର ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବା ପାଇଁ ପହଞ୍ଚିବା ପୂର୍ବରୁ ରାଷ୍ଟ୍ରପତି ଦେଶ ପରିତ୍ୟାଗ କରି ତାଜିକିସ୍ତାନ ଚାଲିଯାଇଥିବା କୁହାଯାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଆଫଗାନିସ୍ତାନରେ ତାଲିବାନ ଯୁଗ ଆରମ୍ଭ ହେବା ଭାରତ ପାଇଁ କି ସଙ୍କେତ ଦେଉଛି । ଶୁଭ ନା ଅଶୁଭ । ତାଲିବାନ ପ୍ରସଙ୍ଗକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ଏହା ଦେଶ ପାଇଁ ଅଶୁଭ ସଙ୍କେତ ଅଟେ । ଏହା ଦ୍ୱାରା ପାକିସ୍ତାନ-ଚୀନଙ୍କୁ ଭାରତ ବିରୋଧରେ ମଜବୁତ ସହଯୋଗ ମିଳିବ ।

ଚୀନ ପୂର୍ବରୁ ଉଇଘର ମୁସଲିମଙ୍କୁ ନେଇ ମ୍ୟାଲେସିଆର ସାହାଯ୍ୟ ମାଗିଥିଲା । ତେଣୁ ସାଂପ୍ରତିକ ସ୍ଥିତିରେ ଭାରତୀୟ ସୀମାରେ ସତର୍କତା ଅବଲମ୍ବନ ଜରୁରୀ । ସେହିପରି ବିଜେପି ନେତା ସିଟି ରବି କହିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନ ଯାହା କରୁଛି ତାହା ମୁଗଲ ଶାସନ ଓ ଟିପୁ ସୁଲତାନ ଶାସନ ସହିତ ସମାନ । ତେବେ ତାଲିବାନ ଶାନ୍ତିପୂର୍ଣ୍ଣ ଢଙ୍ଗରେ କଥାବାର୍ତ୍ତା କରିବାକୁ ପୂର୍ବରୁ ପ୍ରୟାସ କରୁଥିଲେ । ତେଣୁ ଏ ଦିଗରେ ବିପଦର ଆଶଙ୍କା ନଥିବା କୁହାଯାଉଛି । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ, ଭାରତ ସହ ସୁସଂପର୍କ ରକ୍ଷା କରିବାକୁ ତାଲିବାନ ଚାହେଁ । ତେଣୁ କୌଣସି ନାଗରିକଙ୍କୁ ଦେଶ ଛାଡ଼ିବାର ଆବଶ୍ୟକତା ନାହିଁ । ତାଲିବାନ ରାଜ ସମୟରେ ଦେଶର ସମସ୍ତ ମହିଳାଙ୍କୁ ପଢ଼ିବାର ସୁଯୋଗ ଦିଆଯିବ । ଭାରତ-ପାକ୍ ମଧ୍ୟରେ ଚାଲିଥିବା ତିକ୍ତତାରେ ସେମାନେ ହସ୍ତକ୍ଷେପ କରିବେ ନାହିଁ । ଏହା ଦୁଇ ଦେଶର ଆଭ୍ୟନ୍ତରୀଣ ସମସ୍ୟା, ତେଣୁ ତାଲିବାନରେ ତାଲିବାନର ଏ ନେଇ କୌଣସି ଭୂମିକା ରହିବ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking