32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଆଫ୍‌ଗାନ ନାଗରିକଙ୍କୁ ଭାରତ ଛାଡିବାକୁ କୁହାଯିବନି

ଆଫ୍‌ଗାନ ନାଗରିକଙ୍କୁ ଭାରତ ଛାଡିବାକୁ କୁହାଯିବନି

ନୂଆଦିଲ୍ଲୀ : ଭାରତରେ ବସବାସ କରୁଥିବା ଆଫ୍‌ଗାନିସ୍ତାନ ନାଗରିକଙ୍କୁ କୌଣସି ପରିସ୍ଥିତିରେ ଦେଶ ଛାଡିବାକୁ ବାଧ୍ୟ କରାଯାଇପାରିବନି ବୋଲି ମଙ୍ଗଳବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବର୍ତ୍ତମାନ ଆଫଗାନିସ୍ତାନ ସ୍ଥିତି ଜଟିଳ ଥିବାରୁ ସେମାନଙ୍କ ପ୍ରତି ସମସ୍ତ ପ୍ରକାର କୋହଳ ମନୋଭାବ ପୋଷଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯଦି କୌଣସି ଜରୁରୀ ପରିସ୍ଥିତି ଉପୁଜେ, ତେବେ ସେମାନଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେବାପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମତାମତ ଲୋଡିବା ଜରୁରୀ ବୋଲି ମଧ୍ୟ କୁହାଯାଇଛି । ନିକଟରେ ଆଫ୍‌ଗାନ ପାର୍ଲାମେଣ୍ଟର ମହିଳା ସଦସ୍ୟ ରଙ୍ଗିନା କାର୍ଗାରଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଇସ୍ତାନବୁଲ (ତୁର୍କୀର ରାଜଧାନୀ) ପଠାଇ ଦିଆଯାଇଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଉପରୋକ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଭାରତରେ ଅବସ୍ଥାନ କରୁଥିବା କିମ୍ବା ବୁଲିବାକୁ ଆସିଥିବା ସବୁ ଆଫଗାନ ନାଗରିକଙ୍କ ଭିସା ମିଆଦକୁ ଇତିମଧ୍ୟରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆବଶ୍ୟକ ପଡିଲେ ଏହି ସମୟସୀମାକୁ ବୃଦ୍ଧି କରାଯିବ ବୋଲି ମଧ୍ୟ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking