27.8 C
Bhubaneswar
Friday, April 19, 2024
Homeଦେଶ ବିଦେଶପିମ୍ପୁଡି ଯୋଗୁଁ ୩ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ

ପିମ୍ପୁଡି ଯୋଗୁଁ ୩ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ

ନୂଆଦିଲ୍ଲୀ : ସାମାନ୍ୟ ପିମ୍ପୁଡି ଯୋଗୁଁ ଏୟାର ଇଣ୍ଡିଆ ବିମାନର ଉଡାଣରେ ତିନି ଘଣ୍ଟା ବିଳମ୍ବ ଘଟିଛି । ଘଟଣାଟି ସୋମବାର ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏୟାର ଇଣ୍ଡିଆ ବିମାନଟି ଅପରାହ୍ନ ୨ଟାରେ ନୂଆଦିଲ୍ଲୀରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲା । ତେବେ ବିମାନର ବିଜିନେସ କ୍ଳାସ୍‌ରେ ଥିବା ଯାତ୍ରୀଙ୍କ ସିଟ୍‌ରେ ପିମ୍ପୁଡି ଧାର ଚାଲିଥିବା ଲକ୍ଷ୍ୟ କରାଯିବାପରେ ଉଡାଣକୁ ସ୍ଥଗିତ ରଖାଯାଇଥିଲା । ପିମ୍ପୁଡିଙ୍କୁ ହଟାଇବାକୁ ଉଦ୍ୟମ କରାଯାଇଥିଲେ ସୁଦ୍ଧା ଏହା ଶହେ ପ୍ରତିଶତ ସଫଳ ହୋଇନଥିଲା । ଫଳରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଅନ୍ୟ ଏକ ବୋଇଂ ୭୮୭-୮ ବିମାନରେ ଯାତ୍ରୀଙ୍କୁ ଲଣ୍ଡନ ନେବାର ବ୍ୟବସ୍ଥା କରିଥିଲେ । ସନ୍ଧ୍ୟା ୫ଟାରେ ସବୁ ଯାତ୍ରୀଙ୍କୁ ନେଇ ବିମାନଟି ଲଣ୍ଡନ ଅଭିମୁଖେ ଯାତ୍ରା କରିଥିଲା । ଚଳିତବର୍ଷ ମେ’ ୨୭ରେ ଆମେରିକାଗାମୀ ଏକ ଏୟାର ଇଣ୍ଡିଆ ବିମାନରେ ବାଦୁଡି ଦେଖିବାକୁ ମିଳିବାପରେ ପାଇଲଟ ବିମାନକୁ ପୁଣି ବିମାନବନ୍ଦରକୁ ଫେରାଇ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking