ମୁମ୍ବାଇ: ଅଦାନୀ ଗ୍ରୁପ୍ର ଅନ୍ୟତମ ସହଯୋଗ କମ୍ପାନୀ ଅଦାନୀ ପୋର୍ଟସ ଖୁବଶୀଘ୍ର ୧୩୦ ନିୟୁତ ଡଲାର ଋଣ ପରିଶୋଧ କରିବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ଅଦାନୀ ପୋର୍ଟସ ଉପରେ ମୋଟ ୪୧୩ ନିୟୁତ ଡଲାର ଋଣ ବୋଝ ରହିଛି । ଅଂଶଧନକାରୀଙ୍କ ବିଶ୍ୱାସଭାଜନ ହେବାକୁ ଅଦାନୀ ପୋର୍ଟସ ଗତମାସରେ ୧୩୦ ନିୟୁତ ଡଲାର ମୂଲ୍ୟର ମାଚ୍ୟୁରିଟୀ ବଣ୍ଡ୍ ଇସ୍ୟୁ କରିଥିଲା । ସୂଚନାଯୋଗ୍ୟ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶିତ ହେବାପରଠାରୁ ଅଦାନୀ ଗ୍ରୁପ୍ ଚଳିତବର୍ଷ ଜାନୁଆରୀରୁ ୧୧୪ ବିଲିୟନ ଡଲାର କ୍ଷତି ସହିସାରିଲାଣି ।