36.1 C
Bhubaneswar
Saturday, May 4, 2024
Homeଓଡିଶାଘରୋଇ ଡାକ୍ତରଖାନା ପରିସରରୁ ପରିତ୍ୟକ୍ତ ଶିଶୁ କନ୍ୟା ଉଦ୍ଧାର

ଘରୋଇ ଡାକ୍ତରଖାନା ପରିସରରୁ ପରିତ୍ୟକ୍ତ ଶିଶୁ କନ୍ୟା ଉଦ୍ଧାର

ଖୋର୍ଦ୍ଧା : ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା କୁହୁଡିର ଏକ ଘରୋଇ ଡାକ୍ତରଖାନାରୁ ଏକ ଦୁଇ ମାସର ପରିତ୍ୟକ୍ତ ଶିଶୁ କନ୍ୟାକୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଏହି ଶିଶୁଟିର ଯତ୍ନ ଏବଂ ସୁରକ୍ଷା ନିମନ୍ତେ ଭୁବନେଶ୍ୱର ପାତ୍ରପଡା ସ୍ଥିତ ଆମଘର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାପିତ କରାଯାଇଅଛି ।

ସୂଚନା ଅନୁଯାୟୀ, କୁହୁଡି ସ୍ଥିତ ସାଇ ସେବା ସଦନ ଡାକ୍ତରଖାନାର ମୁଖ୍ୟଦ୍ୱାର ନିକଟରେ ଶିଶୁଟି ଉଦ୍ଧାର ହେବାର ଦୁଇ ଦିନ ପୂର୍ବରୁ କେହି ଜଣେ ଏହି ଦୁଇ ମାସର ଶିଶୁଟିକୁ ବିଳମ୍ବିତ ରାତିରେ ଅସହାୟ ଅବସ୍ଥାରେ ଛାଡି ଦେଇଥିଲେ ଏବଂ କୁକୁର ଭୁକିବା ଏବଂ ପିଲାଟିର କାନ୍ଦିବାର ଶବ୍ଦ ଶୁଣି ଡାକ୍ତରଖାନାର ସିକିରୁଟି ଗାର୍ଡ ଏହି ଅସହାୟ ଶିଶୁଟିକୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନାର ପରିଚାଳନା କମିଟି ଦ୍ୱାରା ଶିଶୁଟିକୁ ଡାକ୍ତରଖାନାରେ ଚିକସ୍ଟା କରାଯିବା ସହିତ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ତରଫରୁ ଧ୍ୱନି ଯନ୍ତ୍ର ମାଧ୍ୟମରେ ଏହି ଶିଶୁଟି ବିଷୟରେ ପ୍ରଚାର କରାଯାଇଥିଲା ଏବଂ ସ୍ଥାନୀୟ ପୁଲିସ ମଧ୍ୟ ଏହାକୁ ତଦନ୍ତ କରିଥିଲେ ।

ଦୁଇ ଦିନ ମଧ୍ୟରେ ଏହି ଶିଶୁଟିର କୌଣସି ଅବିଭାବକ କିମ୍ବା ଦାବିଦାର ନ ଆସିବାରୁ ଡାକ୍ତରଖାନା ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକଙ୍କ ସହିତ ଶିଶୁଟିର ଯତ୍ନ ସୁରକ୍ଷାକୁ ନେଇ ଯୋଗାଯୋଗ କରାଯାଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଛାଇଲ୍ଡ ଲାଇନ ଶିଶୁଟିକୁ ଡାକ୍ତରଖାନାରୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking