29.1 C
Bhubaneswar
Sunday, May 19, 2024
Homeଖେଳଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍‌!

ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍‌!

ନୂଆଦିଲ୍ଲୀ : ଚଳିତ ବର୍ଷ ସେପ୍ଟେମ୍ବରରେ ପାକିସ୍ତାନରେ ଖେଳାଯିବାକୁ ଥିବା ଏସିଆ କପ୍ ଭେନ୍ୟୁ ପରିବର୍ତ୍ତନ ହେବା ଏକରକମ ନିଶ୍ଚିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଭାରତ ପାକିସ୍ତାନ ଯିବାକୁ ଅନାଗ୍ରହ ପ୍ରକାଶ କରିବା ଫଳରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)କୁ ପକ୍ଷରୁ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍ ଖେଳିବା ସକାଶେ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଏହାକୁ ମଧ୍ୟ ମାନିବାକୁ ବିସିସିଆଇ ନାରାଜ ହେବାରୁ ଶେଷରେ ଏହି ଟୁର୍ଣ୍ଣାମେଣ୍ଟ୍‌ଟି ଶ୍ରୀଲଙ୍କାରେ ଖେଳାଯିବାର ସମ୍ଭାବନା ରହିଛି । ଏନେଇ ଆସନ୍ତା ମାସରେ ହେବାକୁ ଥିବା ଏସିଆନ୍ କ୍ରିକେଟ୍ କାଉନ୍‌ସିଲ୍ (ଏସିସି) ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏକ ଇଂରାଗୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ।

ଗତ ଏପ୍ରିଲ୍‌ରେ ପିସିବି ମୁଖ୍ୟ ନଜମ୍ ସେଠୀ ଏସିଆ କପ୍ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାକୁ ନାରାଜ ହେବାରୁ ଟୁର୍ଣ୍ଣାମେଣ୍ଟ୍‌ରେ ଉକ୍ତ ଦଳର ମ୍ୟାଚ୍‌ଗୁଡ଼ିକର ଆୟୋଜନ ପାଇଁ ହାଇବ୍ରିଡ୍ ମଡେଲ୍ ଅନୁସରଣ କରାଯିବ ଏବଂ ଏହି ମଡେଲ୍ ଅନୁସାରେ ଭାରତ ୟୁଏଇରେ ତା’ର ମ୍ୟାଚ୍‌ଗୁଡ଼ିକ ଖେଳିବ ବୋଲି କହିଥିଲେ । ଏହା ପୂର୍ବରୁ ଗତ ବର୍ଷ ବିସିସିଆଇ ସମ୍ପାଦକ ଜୟ ଶାହ ଏସିଆ କପ୍ ପାଇଁ ଭାରତ ପାକିସ୍ତାନ ଗସ୍ତ କରିବାର କୌଣସି ସମ୍ଭାବନା ନାହିଁ ବୋଲି କହିଥିଲେ ହେଁ ଏହା ପରଠାରୁ ଅଦ୍ୟାବଧି ବିସିସିଆଇ ପକ୍ଷରୁ ଏନେଇ ଆଉ କୌଣସି ସୂଚନା ଦିଆଯାଇନାହିଁ । ଅନ୍ୟପକ୍ଷରେ ଶ୍ରୀଲଙ୍କାରେ ଏସିଆ କପ୍ ଖେଳାଗଲେ, ଏହି ଡିଫେଣ୍ଡିଂ ଚାମ୍ପିଅନ୍ ପାଇଁ ଟାଇଟଲ୍ ବଜାୟ ରଖିବା ଅପେକ୍ଷାକୃତ ସହଜ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking