36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶବିଜେପିରେ ଯୋଗ ଦେଲେ ରାମାୟଣ ସିରିଏଲର ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ

ବିଜେପିରେ ଯୋଗ ଦେଲେ ରାମାୟଣ ସିରିଏଲର ପ୍ରସିଦ୍ଧ ଅଭିନେତା ଅରୁଣ ଗୋଭିଲ

ନୂଆଦିଲ୍ଲୀ: ରାମାୟଣ ସିରିଏଲରୁ ପ୍ରସିଦ୍ଧିଲାଭ କରିଥିବା ଅଭିନେତା ଅରୁଣ ଗୋଭିଲ ଗୁରୁବାର ଦିନ ବିଜେପିରେ ସାମିଲ ହୋଇଛନ୍ତି । ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ ରେ ସେ ଭଗବାନ ରାମଙ୍କ ଭୂମିକା ସଂପାଦନ କରିଥିଲେ । ଅରୁଣ ଗୋଭିଲ ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ସଦସ୍ୟତା ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଉପସ୍ଥିତ ରହିଥିଲେ । ବିଜେପିରେ ସାମିଲ ହେବା ପରେ ଅରୁଣ କହିଛନ୍ତି, ଏହି ସମୟରେ ଆମର ଯାହା କର୍ତ୍ତବ୍ୟ ତାକୁ କରିବା ଦରକାର । ଆଜି ପୂର୍ବରୁ ମତେ ରାଜନୀତି ବୁଝାପଡୁନଥିଲା । ହେଲେ ମୋଦି ଜୀ ଯେତେବେଳେ ଦେଶକୁ ସମ୍ଭାଳିଥିଲେ, ସେବେଠୁ ଏହାର ପରିଭାଷା ବଦଳିଗଲା । ଏବେ ଦେଶରେ ଯୋଗଦାନ ଦେବାକୁ ଚାହୁଁଛି । ଆଉ ଏଥିପାଇଁ ଆମକୁ ଗୋଟିଏ ମଂଚ ଦରକାର । ଏଥିପାଇଁ ବିଜେପି ସବୁଠୁ ସ୍ୱଚ୍ଛ ମଂଚ । ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ଥର ପାଇଁ ଦେଖିଲି ମମତା ବାନାର୍ଜୀଙ୍କୁ ‘ଜୟ ଶ୍ରୀ ରାମ’ ସ୍ୱରରେ ଆଲର୍ଜୀ ରହିଛି । ଏହା କେବଳ ନାରା ନୁହେଁ ।
ତେବେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଅରୁଣ ଗୋଭିଲ ବିଜେପିକୁ ଏଣ୍ଟ୍ରି କରିବା ଖାସ ଚିତ୍ର ଦର୍ଶାଉଛି । ତେବେ ଦଳରେ ଅରୁଣଙ୍କ ଦାୟିତ୍ୱ କଣ ରହିବ ତା ଏଯାଏଁ ସ୍ପଷ୍ଟ ହୋଇନାହିଁ । ମାତ୍ର ଚର୍ଚ୍ଚା ହେଉଛି ସେ ବିଜେପିରେ ସାମିଲ ହେବା ପରେ ବିଧାନସଭା ନିର୍ବାଚନ ଲଢିପାରନ୍ତି । ଏନେଇ ଗୋଭିଲ କିମ୍ବା ଦଳ ପକ୍ଷରୁ ସୂଚନା ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking