29.1 C
Bhubaneswar
Thursday, April 25, 2024
Homeଜୀବନଶୈଳୀପ୍ରାକୃତିକ ଉପାୟରେ ଡାର୍କ ସର୍କଲ କେମିତି ଦୂର କରିବେ

ପ୍ରାକୃତିକ ଉପାୟରେ ଡାର୍କ ସର୍କଲ କେମିତି ଦୂର କରିବେ

ଭୁବନେଶ୍ୱର: ଡାର୍କ ସର୍କଲ ଯେ କୌଣସି ବ୍ୟକ୍ତିର ସୁନ୍ଦରତାକୁ ନଷ୍ଟ କରିଦିଏ । ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀରେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟରକେ କାମ କରିବା କିମ୍ବା ମୋବାଇଲ ଫୋନ ବ୍ୟବହାର କରିବା ଦ୍ୱାରା ଆଖିତଳ କଳାପଡିଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ମହିଳାମାନେ ଅଣ୍ଡର ଆଇ କ୍ରିମ କିମ୍ବା ମାସ୍କ ବ୍ୟବହାର କରିଥାନ୍ତି ।
ଯଦି ଆପଣ କେମିକାଲ ବ୍ୟବହାର କରିବାକୁ ଚାହୁଁନାହାନ୍ତି କେବେ ଘରୋଇ ଉପାୟ ଦ୍ୱାରା ଏହାକୁ ଭଲ କରିପାରିବେ । ଡାର୍କ ସର୍କଲ ହଟାଇବା ପାଇଁ ଆପଣ ଗାଜର ଆଇ ମାସ୍କ ବ୍ୟବହାର କରିପାରିବେ ।
ଗୋଟିଏ ଗାଜର ନେଇ ଗୋଟିଏ ଚାମଚ ଏଲୋଭେରା ଜେଲ, ଗୋଟିଏ ଅଣ୍ଡା ନିଅନ୍ତୁ । ପ୍ରଥମେ ଗାଜର ଛେଲି ତାର ପେଷ୍ଟ ବନାନ୍ତୁ । ସେଥିରେ ଅଣ୍ଡାର ଧଳା ଅଂଶ ଓ ଆଲୋଭେରା ଜେଲ ମିଶାନ୍ତୁ । ପରେ ଅଣ୍ଡର ଆଇରେ ଏହା ବ୍ୟବହାର କରନ୍ତୁ ।
ଏହା ଲଗାଇବା ପୂର୍ବରୁ ତ୍ୱଚାକୁ ଭଲଭାବେ ସଫା କରନ୍ତୁ । ପରେ ହାତରେ ଆଖିତଳେ ହାଲକା ଭାବରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ଯାଏଁ ଏହାକୁ ଲଗାଇ ରଖନ୍ତୁ । ପରେ କଟନରେ ଗୋଲାପ ଜଳ ନେଇ ଆଖି ବନ୍ଦ କରି ତା ଉପରେ ରଖନ୍ତୁ । ସପ୍ତାହରେ ଥରେ ଏମିତି ନିହାତି କରନ୍ତୁ ।
ଆଖି ତଳ କଳା ସଫା ହୋଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking