42.1 C
Bhubaneswar
Saturday, April 27, 2024
Homeଓଡିଶାଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲା: ସୌମ୍ୟ ସାରଙ୍କ ଘରକୁ ଡିଏଫଓ ଯିବା ଦେଖିଛି ପୂର୍ବ...

ଏସିଏଫ ସୌମ୍ୟ ମହାପାତ୍ର ମୃତ୍ୟୁ ମାମଲା: ସୌମ୍ୟ ସାରଙ୍କ ଘରକୁ ଡିଏଫଓ ଯିବା ଦେଖିଛି ପୂର୍ବ ରାତ୍ରି ଜଗୁଆଳୀ

ଭୁବନେଶ୍ୱର: ଏସିଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଡିଏଫଓଙ୍କ ପୂର୍ବତନ ରାତ୍ରି ଜଗୁଆଳି ଚାଂଚଲ୍ୟକର ବୟାନ ଦେଇଛନ୍ତି । ଡିଏଫଓ ରାତିରେ ସୌମ୍ୟ ସାରଙ୍କ ଘରକୁ ଯିବାର ସେ ଦେଖିଛନ୍ତି । ଥରେ ରାତି ୧୨ରୁ ସାଢେ ୧୨ ଭିତରେ ଯିବାର ସେ ଦେଖିଛନ୍ତି ବୋଲି କହିଛନ୍ତି  ା

ତେବେ , ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ୨ଦିନ ଧରି ଜେରା କରିଛି । ଶୁକ୍ରବାର ଜେରା ସରିଥିବାବେଳେ ସମସ୍ତ ବୟାନକୁ ରେକର୍ଡ କରାଯାଇଛି । ଏହି ରେକର୍ଡକୁ ପୁନଃ ଯାଞ୍ଚ କରାଯାଇ ଆଗାମୀ ତଦନ୍ତ ପ୍ରକ୍ରିୟା ଚାଲିବ ବୋଲି କ୍ରାଇମବ୍ରାଞ୍ଚ ଲୋକସମ୍ପର୍କ ଅଧିକାରୀ ଶିଶିର ମିଶ୍ର ସୂଚନା ଦେଇଛନ୍ତି । ପୂର୍ବ ପ୍ରସ୍ତୁତି ପ୍ରଶ୍ନ ଅନୁସାରେ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା କରାଯାଇଛି । ଏହି ସମୟରେ ରାଜ୍ୟପୁଲିସର ସିଏଡବ୍ଲ୍ୟୁ(ମହିଳା ବିରୋଧୀ ଅପରାଧ) ସେଲ୍‌ର ଦୁଇଜଣ ମହିଳା ଅଫିସର ଥିଲେ । ଏହି ଅଫିସରଙ୍କୁ କପ୍ତିପଦା ପୁଲିସ ସହଯୋଗ କରିଥିଲେ । ସୂଚନା ଅନୁଯାୟୀ, ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫ୍‌ଓଙ୍କ ସମେତ ୧୪ଜଣଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିସାରିଛି ।

ବୁଧବାର ସୌମ୍ୟଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ ହୋଇଥିଲା । ବାପା-ମା, ବଡ଼ଭାଇ, ମାମୁ-ମାଇଁଙ୍କ ବୟାନ ରେକର୍ଡ ହୋଇଥିବାବେଳେ ସମସ୍ତେ ବୋହୂ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ଅନୈତିକ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ । ୫ଜଣଙ୍କ ବୟାନକୁ ଭିତ୍ତିକରି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ଥିବା ବିଦ୍ୟାଭାରତୀଙ୍କ ବାପ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ôଚ ଜେରା କରିଛି । ୭୦ରୁ ଅଧିକ ପ୍ରଶ୍ନ ତାଙ୍କୁ ପଚରାଯାଇଥିବାବେଳେ ଅନେକ ପ୍ରଶ୍ନରେ ବିଦ୍ୟାଭାରତୀ ଚୁପ୍ ରହିଥିଲେ । ଅନ୍ୟପକ୍ଷେ ସୌମ୍ୟଙ୍କ ମୃତ୍ୟୁର ୫୨ଦିନ ପରେ ମଧ୍ୟ ପୁଲିସ ଦୋଷୀକୁ ଗିରଫ ନକରିବା ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ ତଦନ୍ତ କରି ସମସ୍ତ ତଥ୍ୟପ୍ରମାଣ ନଷ୍ଟ କରିଦେଇଥିବାବେଳେ କ୍ରାଇମବ୍ରାଞ୍ଚ ସମୟ ଗଡ଼ାଇଚାଲିଛି । ଫଳରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଉପରୁ ତାଙ୍କର ବିଶ୍ୱାସ ଉଠିଯାଇଛି । ତେଣୁ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ସେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking