34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପୁଣି ଘୁଂଚିଲା ତାଲିବାନ ସରକାର ଗଠନର ସମୟସୀମା

ପୁଣି ଘୁଂଚିଲା ତାଲିବାନ ସରକାର ଗଠନର ସମୟସୀମା

ନୂଆଦିଲ୍ଲୀ : ପୁଣି ଘୁଂଚିଲା ତାଲିବାନର ସରକାର ଗଠନ । ଦୁଇ ତିନି ଦିନ ପରେ ସରକାର ଗଠନ ନେଇ ଘୋଷଣା କରାଯିବ । ସରକାର ଗଠନ ନେଇ ତାଲିବାନ ପକ୍ଷରୁ ବୈଠକ ହୋଇଥିଲା । ବୈଠକରେ ଦୁଇ ତିନି ଦିନ ପରେ ସରକାର ଗଠନ ନେଇ ଘୋଷଣା କରାଯିବ ବୋଲି ନିଷ୍ପତି ହୋଇଛି । ସେହି ଦିନ ସରକାରରେ ସାମିଲ ହେବାକୁ ଥିବା ଲୋକଙ୍କ ନାଁ ମଧ୍ୟ ଘୋଷଣା କରାଯିବ । ଆଜି ତାଲିବାନ ସରକାରର ନୂଆ କ୍ୟାବିନେଟ ସମ୍ପର୍କରେ ଘୋଷଣା କରାଯିବ । ତାଲିବାନ ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନୀ ବରାଦର ସରକାରର ମୁଖ୍ୟ ହେବେ । ବରାଦର ହୋଇପାରନ୍ତି ରାଷ୍ଟ୍ରପତି । ବରାଦରଙ୍କ ସହଯୋଗୀ ରହିବେ ମହମ୍ମଦ ୟାକୁବ୍‌ ଓ ସେର ମହମ୍ମଦ ଆବ୍ଦାସ ଷ୍ଟାନେକ୍‌ଜାଇ ।

ମହମ୍ମଦ ୟାକୁବ୍‌ ହେଉଛନ୍ତି ତାଲିବାନ ସହପ୍ରତିଷ୍ଠାତା ସ୍ୱର୍ଗତ ମୁଲ୍ଲା ଓମାରଙ୍କ ପୁଅ । ତାଲିବାନର ସର୍ବୋଚ୍ଚ ଧାର୍ମିକ ନେତା ଅଖୁନ୍ଦଜାଦା ଧାର୍ମିକ ପ୍ରସଙ୍ଗ ଓ ଶାସନ ବିଧି ଉପରେ ନଜର ରଖିବେ । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ପୂରା ଆଫଗାନିସ୍ତାନ ଆମ କଂଟ୍ରୋଲରେ ରହିଛି । ଅସୁବିଧା ସୃଷ୍ଟି କରୁଥିବା ଲୋକଙ୍କୁ ଆମେ କରାସ୍ତ କରିଛୁ ଓ ପଂଜଶିର କବ୍ଜା କରିଛୁ । ବିରୋଧୀ ପରାଜିତ ହୋଇଛନ୍ତି ବୋଲି କହିଛନ୍ତି ତାଲିବାନ କମାଣ୍ଡର । କିନ୍ତୁ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଏବେ ବି ଯୁଦ୍ଧ ଚାଲିଥିବା କହିଛନ୍ତି ଅମରୁଲ୍ଲା ସାଲେହ । ସେ ପଞ୍ଜଶିରରେ ଅଛନ୍ତି ଓ ଦେଶ ମାତୃକାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରତିରୋଧ ଜାରି ରଖିବେ ବୋଲି କହିଛନ୍ତି ।ସେହିଭଳି ନୂଆ ସରକାରରେ ମହିଳାଙ୍କ ପ୍ରତିନିଧିତ୍ୱ ରହିବ ନା ନାହିଁ ? ମହିଳାଙ୍କ ଅଧିକାରକୁ କିଭଳି ବିବେଚନା କରୁଛି ତାଲିବାନ୍‌ ? ଏହା ଉପରେ ପୂରା ବିଶ୍ୱର ନଜର ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking