33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ଜଣଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୭ଜଣଙ୍କ ମୃତ୍ୟୁ

କୁଲ୍ଲୁ : ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ରବିବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୭ଜଣଙ୍କର ମୃତ୍ୟୁ ହୋଇଛି । ବଞ୍ଜାରା ଘାଟିର ଭିୟାଗୀ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ଗାଡ଼ି ଘାଟି ତଳକୁ ଖସି ପଡ଼ିବାରୁ ପ୍ରାୟ ୭ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି । ୫ଜଣ ଆହତଙ୍କୁ କୁଲ୍ଲୁର ଜୋନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୫ଜଣଙ୍କର ବଞ୍ଜାରାର ଏକ ମେଡ଼ିକାଲରେ ଚିକିତ୍ସା ଚାଲିଛି ।

କୁଲ୍ଲୁ ଜିଲ୍ଲାର ଡେପୁଟି କମିଶନର ଆଶୁତୋଷ ଗର୍ଗ କହିଛନ୍ତି କି ପ୍ରାଥମିକ ରିପୋର୍ଟ ଅନୁସାରେ ଏହି ଗାଡ଼ିରେ ଚାଳକଙ୍କ ସମେତ ୧୭ଲୋକ ଯାତ୍ରା କରୁଥିଲେ । ଏହି ଘଟଣା ପରେ ପୁଲିସ, ହୋମଗାର୍ଡ ଏବଂ ସ୍ଥାନୀୟ ପ୍ରାଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। କୁଲ୍ଲୁ ପୁଲିସ ଏସପି ଗୁରଦେବ ସିଂହ କହିଛନ୍ତି କି, ଏହି ଘଟଣାରେ ୭ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଲୋକ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking