34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବୋଲେରୋ – ଡମ୍ଫର ଧକ୍କା : ଚାଲିଗଲା ୫ ଜୀବନ

ବୋଲେରୋ – ଡମ୍ଫର ଧକ୍କା : ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ : ଯମୁନା ଏକ୍ସପ୍ରେସ ୱେରେ ଆଗ୍ରାରୁ ନୋଏଡା ରାସ୍ତାରେ ଆଜି ଭୋର ୫ଟାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସୂଚନା ଯୋଗ୍ୟ, ବୋଲେରୋରେ ୭ ଜଣ ଯାତ୍ରୀ ଥିବା ବେଳେ ଏହା ନୋଏଡା ଆଡକୁ ଯାଉଥିଲା । ବୋଲେରୋଟି ଟୋଲ୍‌ ଗେଟ୍‌ ରୁ କିଛି ବାଟ ଆଗକୁ ଯାଇ ଡମ୍ଫର ସହ ଧକ୍କା ହୋଇଥିଲା ।

ଫଳରେ ବୋଲେରୋରେ ଥିବା ୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ପରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆହତଙ୍କ ଚିକିତ୍ସା କରାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking