42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବଢିଲା ମନରେଗା ପାରିଶ୍ରମିକ

ବଢିଲା ମନରେଗା ପାରିଶ୍ରମିକ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଖୁସି କରିବାକୁ ଚେଷ୍ଟା କରିଛନ୍ତି କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି କଲେ କେନ୍ଦ୍ର ସରକାର । ନୂଆ ପାରିଶ୍ରମିକ ଅନୁସାରେ ଓଡିଶା ଶ୍ରମିକ ପାଇବେ ୨୫୪ ଟଙ୍କା ମଜୁରୀ । । ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ନୂଆ ମଜୁରୀ । କେନ୍ଦ୍ର ସରକାରଙ୍କ ଅଧିସୂଚନା ମୁତାବକ ମନରେଗା ଦୈନିକ ମଜୁରୀ ହରିୟାଣାରେ ସର୍ବାଧିକ ୩୭୪ ଟଙ୍କା ରହିଛି। ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡ୍‌ରେ ସର୍ବନିମ୍ନ ୨୩୪ ଟଙ୍କା ଧାର୍ୟ୍ୟ କରାଯାଇଛି। ମଜୁରୀ ହାରରେ ସର୍ବାଧିକ ବୃଦ୍ଧି ହୋଇଥିବା ଗୋଆରେ ଏହା ‌ ୩୫୬ ଟଙ୍କା ରହିଛି। ଏବେ ଏଠାରେ ଦୈନିକ ମନରେଗା ମଜୁରୀ ୩୨୨ ଟଙ୍କା ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଜୁରୀ ହାରରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। ଓଡ଼ିଶାରେ ଏହା ୨୫୪ ଟଙ୍କା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking