29.1 C
Bhubaneswar
Monday, June 24, 2024
Homeଅପରାଧନିଶା ପାଇଁ ସାଙ୍ଗକୁ ହତ୍ୟା କଲେ ସାଙ୍ଗ

ନିଶା ପାଇଁ ସାଙ୍ଗକୁ ହତ୍ୟା କଲେ ସାଙ୍ଗ

ଭୁବନେଶ୍ବର: ଶେଷରେ ପର୍ଦାଫାସ ହୋଇଛି ଚନ୍ଦକା ଜଙ୍ଗଲ ହତ୍ୟାକାଣ୍ଡର ରହସ୍ୟ । ନିଶା ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ଅନ୍ୟ ଦୁଇ ଜଣ ସାଙ୍ଗ । ଗାଡିରୁ ତେଲ ସରିବାକୁ ନେଇ ଆରମ୍ଭ ହୋଇଥିଲା ବଚସା । ଏନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରେସ ଜରିଆରେ ଅତିରିକ୍ତ ଡିସିପି ସୁରେଶ ଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି ଯେ ଗତ ୧୧ ତାରିଖ ଚନ୍ଦକା ଥାନା ପାଞ୍ଚମାଣିଆ ଜଙ୍ଗଲରେ ମିଳିଥିବା ଡିପ୍ଲୋମା ଛାତ୍ର ସୁଶାନ୍ତ କୁମାର ଟୁଡୁର ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଭାବେ ତାର‌ ଦୁଇ ଗାଁ ସାଙ୍ଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନେ‌ ହେଲେ ବାରଙ୍ଗ ଦାଢପାଟଣା ଗାଁର ରାଜେନ୍ଦ୍ର ହାଁସଦା ଓରଫ ପୁଟୁ ଏବଂ ମୋହନ ମାରାଣ୍ଡି ଓରଫ ଚାମୁଣ୍ଡା ।

ଦୁହିଁକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଏକ ସ୍କୁଟି ଓ ଏକ ଚିରା ପକେଟ୍ ନଥିବା ସାର୍ଟ ସହ ଦୁଇଟି ମୋବାଇଲ ଜବତ କରାଯାଇଛି । ଅତିରିକ୍ତ ଡିସିପି ସୂଚନା ଦେଇ କହିଛନ୍ତି ଯେ ମୃତକ ସୁଶାନ୍ତ ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିର ଡିପ୍ଲୋମା ଛାତ୍ର। ୧୧ ତାରିଖ ଦିନ ତାର ଦୁଇ ଗାଁ ସାଙ୍ଗ ସହ ମିଶି ଚୁଡାଙ୍ଗଗଡକୁ ଦେଶୀ ମଦ ପିଇବାକୁ ନିଜ ସ୍କୁଟି ଯୋଗେ ବାହାରିଥିଲେ । ମଦ ପିଇ ଫେରୁଥିଲେ ପାଞ୍ଚମାଣିଆ ଜଙ୍ଗଲ ପାଖରେ ‌ଗାଡିରୁ ତେଲ ସରିଗଲା । ମଦ ପିଇବାକୁ ରାଜେନ୍ଦ୍ର ଓ ମୋହନ ଟଙ୍କା ଦେଇଥିବା ବେଳେ ତେଲ ବାବଦକୁ ଟଙ୍କାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଗାଡିରେ କାହିଁକି ତେଲ ରଖି ନାହୁଁ ବୋଲି ସୁଶାନ୍ତକୁ ପଚାରିଥିଲେ ଦୁଇ ସାଙ୍ଗ ରାଜେନ୍ଦ୍ର ଓ ମୋହନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking