28.1 C
Bhubaneswar
Sunday, May 12, 2024
Homeଓଡିଶାଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଗଲା ନିଆଁ

ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଗଲା ନିଆଁ

ଅନୁଗୋଳ: ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ  ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଲାଗିଲା ନିଆଁ ।  ଜଳିଗଲା ବହୁ ମୂଲ୍ୟବାନ ଯନ୍ତ୍ରାଂଶ । ଏମିତି  ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗର ଲେବର ରୁମରେ ।

ସୂଚନା ଅନୁସାରେ, ରାତି ପ୍ରାୟ ୪ ଟା ବେଳେ ଏହି ଅଗ୍ନିକାଣ୍ଡ ହୋଇଥିଲା । ତେବେ  ସୌଭାଗ୍ୟବଶତଃ ସେ ସମୟରେ ଲେବର ରୁମରେ କେହି ନ ଥିଲେ । ଫଳରେ କୌଣସି ଧନ ଜୀବନ ହାନି ହୋଇ ନାହିଁ । ନିଆଁଲାଗି ଲେବର ରୁମର ଏସି, ବିଛଣା ସମେତ ଅନ୍ୟାନ୍ୟ ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଛି । ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସରଞ୍ଜାମ ମଧ୍ୟ  ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି ।

ବିଳମ୍ବିତ ରାତିରେ ଏପରି ଅଗ୍ନିକାଣ୍ଡ ଦେଖି ରୋଗୀ ଓ ଡାକ୍ତରଖାନା କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ ।  ଲେବର ରୁମ ନିକଟରେ ଅନ୍ୟ କୋଠରୀରେ ଥିବା ରୋଗୀ ମାନଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା ।  ଅଗ୍ନିକାଣ୍ଡ କିପରି ଘଟିଲା ଜଣା ପଡିନାହିଁ । ତେବେ ସର୍ଟ ସର୍କିଟରୁ ଘଟିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking