41.1 C
Bhubaneswar
Sunday, April 28, 2024
Homeଦେବସ୍ନାନ ପୁର୍ଣ୍ଣିମା-୨୦୨୩ଦେବସ୍ନାନ ପୁର୍ଣ୍ଣିମା : ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ

ଦେବସ୍ନାନ ପୁର୍ଣ୍ଣିମା : ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ

ପୂରୀ: ପବିତ୍ର ଦେବସ୍ନାନ ପୁର୍ଣ୍ଣିମା । ମହାପ୍ରଭୁ ରତ୍ନବେଦିରୁ ସ୍ନାନବେଦିକୁ ଓହ୍ଲାଇ ଆସିବେ । ୧୦୮ ଗରା ଜଳରେ ସ୍ନାନ କରିବେ । ଏହି ଉତ୍ସବ ପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ଲାଗି ଓ ଚାରମାଳ ବନ୍ଧା କାର୍ଯ୍ୟ ଶେଷ ହୋଇଛି । ସେପଟେ ଭିଡ଼କୁ ନଜରରେ ରଖି  କଡ଼ା ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି ।…..

ଦେବସ୍ନାନ ପୁର୍ଣ୍ଣିମାରେ ଗଜାନନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ  । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଦଇତାପତି ମାନେ ସେନାପଟା ଲାଗି କାର୍ଯ୍ୟ ସଂପନ୍ନ କରିଛନ୍ତି  । ସେହିପରି କୋଠ ସୁଆଁସିଆମାନେ ରତ୍ନ ସିଂହାସନରେ ଚାରମାଳ ବାନ୍ଧି ପହଣ୍ଡି ପାଇଁ ପ୍ରସ୍ତୁତି କରିଛନ୍ତି । ଭୋର ୪.୩୦ରେ ମହାପ୍ରଭୁଙ୍କୁ ପହଣ୍ଡି ଆରମ୍ଭ ହୋଇଛି ।  ପରେ ସମସ୍ତ ଦୈନନ୍ଦିନ ନୀତି କରାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯିବ । ଅପରାହ୍ନ ୪ ଟାରେ ହାତୀ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଜ୍ବରରେ ପଡ଼ି ଦିଅଁଙ୍କ ଉପଚାର ଚାଲିଥାଏ । ଏଣୁ ଶ୍ରୀମନ୍ଦିରରେ ପଟ୍ଟି ଦିଅଁକୁ ଦର୍ଶନ କରିଥାଆନ୍ତି ଭକ୍ତ । ତେଣୁ ପଟ୍ଟିଦିଅଁ ନିର୍ମାଣ କାମ ବି ଚିତ୍ରକର ସାହି ଏବଂ ବାସେଳି ସାହିରେ ଚାଲିଛି ।ସେପଟେ ଦେବସ୍ନାନ ପୁର୍ଣ୍ଣିମା ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ଟ୍ରାଫିକ୍ କଟକଣା କରାଯାଇଛି। ଗତକାଲି କେନ୍ଦ୍ରାଞ୍ଚଳ ଆଇଜି ପୁରୀରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି । ସ୍ନାନପୁର୍ଣ୍ଣିମା ଅବସରରେ ୩ ରଥର ୪ ନାହାକା ଟେକାଯିବାର ପରମ୍ପରା ରହିଛି । ଏଥିପାଇଁ ରଥଖଳାରେ ବିଶ୍ୱକର୍ମା ମାନେ ମଧ୍ୟ ରଥ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking