ଗ୍ବାଲିୟର : ବୁଧବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଗ୍ବାଲିୟରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନଙ୍କ ମଧ୍ୟରେ ଅଛନ୍ତି ବାପା ଓ ତାଙ୍କର ୨ ଝିଅ। ସେମାନେ ହେଲେ ବିଜୟ ଗୁପ୍ତା ଓ ତାଙ୍କର ୨ ଝିଅ। ବହୋଡ଼ାପୁର ଅଞ୍ଚଳର ସନ୍ଥ କୃପାଳ ସିଂହଙ୍କ ଆଶ୍ରମ ସାମ୍ନା ଗଳିରେ ବୁଧବାର-ଗୁରୁବାର ରାତି ପାଖାପାଖି ୨ଟାରେ ଅଗ୍ନିକାଣ୍ଡ ସଂପର୍କିତ ସୂଚନା ପାଇଁ ଦମକଳ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କର ସହାୟତାରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରିଥିଲେ। ବହୁ କଷ୍ଟରେ କୋଠରୀ ଭିତରକୁ ପ୍ରବେଶ କରିପାରିଥିଲେ। କୋଠରୀ ଭିତରେ ବାପା ଓ ୨ ଜଣ ଝିଅଙ୍କର ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।