42.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶସୋସିଆଲ ମିଡିଆକୁ ନେଇ ଆସିଲା ବଡ଼ ଖବର

ସୋସିଆଲ ମିଡିଆକୁ ନେଇ ଆସିଲା ବଡ଼ ଖବର

ନୂଆଦିଲ୍ଲୀ : ସୋସିଆଲ ମିଡିଆକୁ ନେଇ ଆସିଲା ଏକ ବଡ଼ ଘୋଷଣା । ଆମେରିକାର ଫ୍ଲୋରିଡା ରାଜ୍ୟରେ ଏଭଳି କରାଯାଇଛି । ୨୦୨୫ ମସିହାରୁ ୧୪ରୁ କମ୍‌ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌ କରାଯିବ ବୋଲି ଘୋଷଣା କରାଯାଇଛି । ଆଜିକାଲି ଯୁବପିଢି ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି । ଯେଉଁ କାରଣରୁ ଫ୍ଲୋରିଡା ରାଜ୍ୟର ରାଜ୍ୟପାଳ ରନ୍ ଡି ସେଣ୍ଟିସ୍ ଏହି ଘୋଷଣାରେ ସମ୍ମତି ପ୍ରକାଶ କରିଛନ୍ତି । ୧୪ରୁ କମ୍‌ ବୟସ୍କ ପିଲା ସୋସିଆଲ ମିଡିଆରେ ଥିବା ସେମାନଙ୍କ ଆକାଉଣ୍ଟ ସହିତ ବିଭିନ୍ନ ତଥ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସୋସିଆଲ ମିଡିଆର କୌଣସି ଆପରେ ୧୪ରୁ କମ୍‌ ବୟସ୍କ ପିଲାଙ୍କ ଆକାଉଣ୍ଟ ଥାଏ ତେବେ ଉକ୍ତ ସୋସିଆଲ ମିଡିଆ ଆପ ସହିତ ବ୍ୟବହାରକାରୀଙ୍କ ପରେ ଜରିମାନା ଲଗାଯିବ ବୋଲି ଘୋଷଣା କରାଯାଇଛି । ସୋସିଆଲ ମିଡିଆ ଆପ ବ୍ୟବହାରକାରୀଙ୍କ ବୟସକୁ ତଦାରଖ କରିସାରିବା ପରେ ସେମାନଙ୍କୁ ସୋସିଆଲ ମିଡିଆରେ ଆକ୍ଟିଭ ହେବା ପାଇଁ ଅନୁମତି ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking