ନୂଆଦିଲ୍ଲୀ: ସଂସଦର ସ୍ୱତନ୍ତ୍ର ଅଧିବେଶନର ପୂର୍ବରୁ ଦେଲେ ବଡ ବାର୍ତ୍ତା । ନାରୀଶକ୍ତି ସଶକ୍ତିକରଣ ନେଇ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ । ଆମକୁ ଏ କ୍ଷେତ୍ରରେ କେହି ଅଟକାଇପାରିବେ ନାହିଁ । ଦେଶର ଶହେ ପ୍ରତିଶତ ନାରୀଙ୍କ ଆଶୀର୍ବାଦ ଆମ ଉପରେ ରହିଛି । ନାରୀ ଶକ୍ତକୁ ବିରୋଧ କରୁଥିବା ପାର୍ଟି ଏଥିରେ ସଫଳ ହେବେ ନାହିଁ । ମହିଳା ସଂରକ୍ଷଣ ରୋକିବାକୁ ଥିବା ସମସ୍ତ ପ୍ରତିବନ୍ଧକ ଦୂର କରିବୁ । ସଂସଦରେ ନାରୀଙ୍କ ପ୍ରତିନିଧିତ୍ୱ ବଢାଇବାରେ ଏସବୁ ଦଳ ରୋକିପାରିବେନି ।










