26.1 C
Bhubaneswar
Saturday, November 28, 2026
Homeଓଡିଶା୧୩ଟିକିଆ ହାତୀପଲଙ୍କ ଉତ୍ପାତ : ଲୋକଙ୍କ ମନରେ ଭୟ

୧୩ଟିକିଆ ହାତୀପଲଙ୍କ ଉତ୍ପାତ : ଲୋକଙ୍କ ମନରେ ଭୟ

ମୟୁରଭଞ୍ଜ: ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ହାତୀପଲ । କେଉଁଠି ରାସ୍ତା ଉପରେ ଦନ୍ତା ହାତୀର ଉପସ୍ଥିତି ଲୋକଙ୍କୁ ଆତଙ୍କିତ କରୁଛି ତ ଆଉ କେଉଁଠି ପାଚିଲା ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ହାତୀପଲ । ବେତନଟୀ ବନାଞ୍ଚଳରେ ଦିନକୁ ଦିନ ହାତୀଙ୍କ ବିଚରଣ ବଢୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଛି । ସୂଚନା ଅନୁଯାୟୀ, ବେତନଟୀ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ପ୍ରାୟ ୭୫ ଟି ଜଙ୍ଗଲୀ ହାତୀ ବିଚରଣ କରୁଛନ୍ତି । ଏହି ହାତୀପଲଙ୍କ ମଧ୍ୟରୁ ଦଲକି ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀଙ୍କ ଏକ ଦଳ ଡେରା ପକାଇଛନ୍ତି । ଜଙ୍ଗଲ ନିକଟବର୍ତ୍ତୀ ପାଚିଲା ଧାନ କ୍ଷେତ ଏବେ ଏହି ହାତୀପଲଙ୍କ ଆକର୍ଷଣ ପାଲଟିଛି । ରାତିହେଲେ ହାତୀପଲ ଧାନକ୍ଷେତ ମୁହାଁ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି । ଅନ୍ୟପଟେ ରାସ୍ତା ଉପରେ ଦନ୍ତାହାତୀର ବିଚରଣ ଦୃଶ୍ୟ ମଧ୍ୟ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking