ଭୁବନେଶ୍ୱର: ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ରଣହୁଙ୍କାର। ବିଭିନ୍ନ ଦାବି ନେଇ ଧାରଣାରେ ହଜାର ହଜାର ଶିକ୍ଷକ। ୟୁନାଇଟେଡ୍ ପ୍ରାଥମିକ ଶିକ୍ଷକ ୟୁନିୟନ୍ ଓ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଦିଆଯାଇଛି ଧାରଣା। ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ହେଉଛନ୍ତି ପ୍ରାଥମିକ ଶିକ୍ଷକ।ହେଲେ ସରକାରୀ ଘୋଷଣାରେ ହାଇସ୍କୁଲ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ସଂଘ। ଅନ୍ୟପଟେ ଗ୍ରେଡ୍ ପେ ୨୨୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି ଏବଂ ଶିକ୍ଷା ସହାୟକ ଭାବେ ନିଯୁକ୍ତିର ୬ ବର୍ଷକୁ ଗୁରୁ ଶିକ୍ଷକ ପଦବୀର ଚାକିରି ଅବଧିରେ ଗଣନା କରିବାକୁ ଦାବି କରିଛି ସଂଘ।










