24.1 C
Bhubaneswar
Thursday, November 26, 2026
Homeଓଡିଶା୨୦୨୬-୨୭ରେ କଟକ ଖଣି ମଣ୍ଡଳ ତରଫରୁ କେବଳ ଜଣଙ୍କ ନା ରେ ଏତଲା

୨୦୨୬-୨୭ରେ କଟକ ଖଣି ମଣ୍ଡଳ ତରଫରୁ କେବଳ ଜଣଙ୍କ ନା ରେ ଏତଲା

ଭୁବନେଶ୍ୱ : ବେଆଇନ ବଳି ଚୋରା ଚାଲାଣ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଇସ୍ପାତ ଓ ଖଣି ଖଣି ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଯେ 2024 ମସିହାରୁଅଦ୍ୟାବଧୂ ରାଜ୍ୟର ବିଭିନ୍ନ ସୀମାନ୍ତ ଅଞ୍ଚଳରୁ ପଡ଼ୋଶୀ ରାଜ୍ୟକୁ ବେଆଇନ ବଆଇନ ଭାବେ ବାଲି ଚୋରା ଚାଲାଣ ରୋକିବା ପାଇଁ ରାଜସ୍ବ ଓ ପୋଲିସ ବିଭାଗ ମିଳିତ ଭାବେ କେଉଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଚଢ଼ାଉ କରୁଥିବା ବିଭାଗୀୟ ଅଧିକାରୀଙ୍କ ନିରାପତ୍ତା ପାଇଁ କି ବ୍ୟବସ୍ଥା କରାଯାଇଛି ଜଣାଇବା ସହ ଅଦ୍ୟାବଧୂ କେତେ ଟ୍ରାକ୍ଟର, ହାଇୱା, ଜେ ଜେସିବି ଧରାଯାଇ କେତେ ଫାଇନ ଓ ସେମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଜଣାଇବେ କି ? ଏହି ବେଆଇନ ବାଲି ଚୋରାଚାଲାଣ ଓ ମାଫିଆ ନେଟୱାର୍କ ସହିତ ସ୍ଥାନୀୟ ପ୍ରଶାସନ ବା ବା ରାଜସ୍ବ ବିଭାଗର କୌଣସି କର୍ମଚାରୀ କିମ୍ଵା ଅଧିକାରୀଙ୍କ ସଲାସୁତୁରା ବା ସମ୍ପୃକ୍ତି ରହିଥିବା ନେଇ କୌଣସି ତଦନ୍ତ କରାଯାଇଛି କି ; ଯଦି ହଁ, ତେବେ ସେମାନଙ୍କ ବିରୋଧରେ କି ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଜଣାଇବେ କି ; କଟକ ଜିଲ୍ଲାର କେଉଁମାନେ ଚୋରା ଚାଲାଣରେ ସମ୍ପୃକ୍ତ ନେଇ କେତୋଟି ମାମଲା କେ କେଉଁ ମାନଙ୍କ ନାମରେ ବିଭାଗ ତରଫରୁ କେବେ ଏତେଲା ଦିଆଯାଇଛି ?

ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟର ଚାଲାଣ ରୋକିବା ନିମନ୍ତେ ଓଏମଏମସି ରୁଲସରେ ସଂଶୋଧନ କରି ଅନ୍ୟ ଅଧିକାରୀ ମାନଙ୍କ ବ୍ୟତୀତ ଅତିରିକ୍ତ ତହସିଲଦାର, ପୋଲିସ ସବ ଇନସପେକ୍ଟର ଏବଂ ତାଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ ସର୍ଚ ଆଣ୍ଡ ସିଜର କରିବା ପାଇଁ କ୍ଷମତା ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଆଇନ ବାଲି, ପଥର ଓ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ସ୍ତରରେ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ସ ଉପଖଣ୍ଡ ସ୍ତରୀୟ କମିଟି ଏବଂ ତହସିଲ ସ୍ତରରେ ତହସିଲ ସ୍ତରୀୟ କମିଟି ଗଠନ କରାଯାଇଛି । ବେଆଇନ ବାଲି ଚୋରା ଚାଲାଣ ଓ ମାଫିଆ ନେଟୱାର୍କ ସହିତ ସ୍ଥାନୀୟ ପ୍ରଶାସନ ବା ରାଜସ୍ୱ ବିଭାଗର କୌଣସି କର୍ମଚାରୀ କିମ୍ବା ଅଧିକାରୀଙ୍କ ସଲାସୁତୁରା ସମ୍ବନ୍ଧୀୟ ଏହି ସରକାରଙ୍କର ଦୃଷ୍ଟିଗୋଚର ହୋଇନାହିଁ । ୨୦୨୬-୨୭ ଆର୍ଥିକ ବର୍ଷରେ କଟକ ଖଣି ମଣ୍ଡଳ ତରଫରୁ ଗୋଟିଏ ଏତଲା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking