27.1 C
Bhubaneswar
Thursday, November 26, 2026
Homeଦେଶ ବିଦେଶସମ୍ବିଧାନ ଭାରତୀୟ ଗଣତନ୍ତ୍ରର ଏକ ଅମୂଲ୍ୟ ଐତିହ୍ୟ: ମୋଦୀ

ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ଏକ ଅମୂଲ୍ୟ ଐତିହ୍ୟ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବିଧାନ ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସମ୍ବିଧାନ ରୂପରେ ତାଙ୍କର ଉପହାର ଭାରତୀୟ ଗଣତନ୍ତ୍ରର ଏକ ମୂଲ୍ୟବାନ ଐତିହ୍ୟ, ଯାହା ଏକ ବିକଶିତ ଭାରତ ପାଇଁ ଆମର ସଂକଳ୍ପକୁ ସାକାର କରିବାରେ ଆମକୁ ମାର୍ଗଦର୍ଶନ କରିଚାଲିବ।ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି, ସମ୍ବିଧାନ ଦିବସରେ ମୋର ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଏହି ପବିତ୍ର ଅବସରରେ, ମୁଁ ପୂଜ୍ୟ ବାବାସାହେବ ଏବଂ ସମ୍ବିଧାନ ସଭାର ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସମ୍ବିଧାନ ରୂପରେ ସେମାନଙ୍କର ଉପହାର ଭାରତୀୟ ଗଣତନ୍ତ୍ରର ଏକ ଅମୂଲ୍ୟ ଐତିହ୍ୟ, ଯାହା ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବାରେ ଆମକୁ ମାର୍ଗଦର୍ଶନ କରି ଚାଲିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking