29.1 C
Bhubaneswar
Tuesday, November 24, 2026
Homeଓଡିଶାସବ ଇନ୍ସପେକ୍ଟର ଜଣଙ୍କ ସନ୍ଦେହଜନକ  ମୃତ୍ୟୁ

ସବ ଇନ୍ସପେକ୍ଟର ଜଣଙ୍କ ସନ୍ଦେହଜନକ  ମୃତ୍ୟୁ

ରାୟଗଡ଼ା  : ରାୟଗଡ଼ା  ଜିଲ୍ଲାରେ  ପୁଣି ଜଣେ  ପୁଲିସ  କର୍ମଚାରୀଙ୍କ  ସନ୍ଦେହଜନକ  ମୃତ୍ୟୁ  ଖବର  ସାମ୍ନାକୁ  ଆସିଛି I ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯରତ ସବ ଇନ୍ସପେକ୍ଟରଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି । ମୃତ  ପୁଲିସ ସବ ଇନ୍ସପେକ୍ଟର ଜଣକ ହେଲେ ବାପୁଜୀ ମଲ୍ଲିକ(୫୮) । ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମରେ ବୋଲି ଜଣା ପଡିଛି । ମୃତ ସବ ଇନ୍ସପେକ୍ଟର ଜଣକ ପୂର୍ବରୁ ଗୁଣପୁର କୋର୍ଟରେ କୋର୍ଟ ସବ୍  ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ମାସ ତଳେ ତାଙ୍କୁ ପୁଟାସିଂ ଥାନାକୁ ବଦଳିହୋଇଥିଲା ।

ପୁଲିସର ସୂଚନା ଅନୁଯାୟୀ, ମୃତ ସବ ଇନ୍ସପେକ୍ଟର ଜଣକ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣରୁ ଫେରି ରୋଲ କଲ୍ ରେ ଯୋଗ ଦେଇଥାନ୍ତି । କିନ୍ତୁ ଆଜି ସକାଳ ସେ ରୋଲ କଲ୍ ରେ ମଧ୍ୟ ଯୋଗ ଦେଇ ନଥିଲେ । ଫଳରେ ଥାନା କର୍ମଚାରୀମାନେ ତାଙ୍କ ସରକାରୀ ବାସଭବନକୁ ଯାଇ ଦେଖିବା ସମୟରେ ଶୋଇଥିବା ଅବସ୍ଥାରେ ଦେଖି ପାଇ ତାଙ୍କୁ ଉଠାଇଥିଲେ , କିନ୍ତୁ ସେ ଉଠି ନଥିଲେ । ସଙ୍ଗେ ସଙ୍ଗେ ପୁଟାସିଂ ପୁଲିସ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

 ଖବର ପାଇ ଗୁଣପୁର ଏସ ଡି ପି ଓ ବାବୁଲି ନାୟକ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ପୁଟାସିଂ ଥାନା ଅଧିକାରୀ ବିନ୍ଦୁଲତା ନାୟକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଛି। ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking