29.1 C
Bhubaneswar
Tuesday, November 24, 2026
Homeଓଡିଶାଅସଦାଚରଣ ମାମଲା: ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିନେତ୍ରୀ

ଅସଦାଚରଣ ମାମଲା: ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି କଲେ ଅଭିନେତ୍ରୀ

ଭୁବନେଶ୍ୱର: ଅଭିନେତ୍ରୀଙ୍କୁ ଅସଦାଚରଣ ମାମଲା । ପୁଣି ସୋସିଆଲ ମିଡିଆରେ ନ୍ୟାୟ ପାଇଁ ଗୁହାରି କଲେ ଟେଲି ଅଭିନେତ୍ରୀ । ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ସୋସିଆଲ ମିଡିଆରେ ଦାବି କଲେ । ମାମଲା ରୁଜୁ କରିବାର ୩ ଦିନ ହୋଇଗଲାଣି । ତଥାପି ପୋଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ । ଏଫଆଇଆର ଓ ଏସିପିଙ୍କୁ ଅନେକ ଥର କଲ କରିବା ସତ୍ତ୍ୱେ ପଦକ୍ଷେପ ଶୂନ ରହିଛି । ଆଗାମୀ କିଛି ଘଣ୍ଟା ମଧ୍ୟରେ ପୋଲିସ ତାଙ୍କୁ ଅପଡେଟ ଦେବା ପାଇଁ ଅପିଲ କରିଛନ୍ତି ।

ଆହୁରି କହିଛନ୍ତି, ମିଡିଆରେ ମୋ ମୁହଁ ବାରମ୍ବାର ଦେଖା ହେଉଛି । ମୁଁ କହିଲା ପରେ ଗୁପ୍ତ ରଖାଯାଉଛି। ମୋ ପାଖରେ ଅଭିଯୁକ୍ତଙ୍କର ଫଟୋ, ରେକର୍ଡିଂ ରହିଛି । ଏଥିସହ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବା ପ୍ରମାଣ ରହିଛି । ମୁଁ ପୋଲିସକୁ କହିଛି ଘରକୁ ଆସିକି ମୋ ଷ୍ଟେଟମେଣ୍ଟ ରେକର୍ଡ କରିବା ପାଇଁ । ଏବେ ବି ମୁଁ ଭୟଭୀତ, ବାହାରକୁ ବାହାରି ପାରୁନାହିଁ । ଆହୁରି କହିଛନ୍ତି , ଏହା ମହିଳାମାନଙ୍କର ସୁରକ୍ଷା ଏବଂ ମର୍ଯ୍ୟଦା ପାଇଁ । ବିଳମ୍ବ ନ କରି କାହା ଚାପରେ ନ ରହି ନ୍ୟାୟିକ ଭାବେ ତଦନ୍ତ କରାଯାଉ । ମୁଁ ନ୍ୟାୟ ପାଇବା ପାଇଁ ଯୋଗ୍ୟ । ସୂଚନାଥାଉକି, କିଛି ଦିନ ତଳେ ଏକ ବାରରେ ଅଭିନେତ୍ରୀଙ୍କୁ ଜଣେ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking