ଆସାମ: ରକ୍ତରଞ୍ଜିତ ହେଲା ଆସାମର କାଜିରଙ୍ଗା। କଣ୍ଟେନର ଟ୍ରକ୍ ସହ ମିନି ବସ୍ର ମୁହାଁମୁହିଁ ଧକ୍କାରେ ୨୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି। ମିନି ବସ୍ରେ ଅଧିକାଂଶ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି।ବୋକାଖାଟରୁ ନଗାଓଁ ଯାଉଥିବା ବେଳେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା। ଧକ୍କା ଏତେ ଜୋର୍ଦାର ଥିଲା ଯେ ମିନି ବସ୍ଟି ଚୁରମାର ହୋଇଯାଇଛି। ଗାଡ଼ି ଭିତରେ ଅନେକ ଯାତ୍ରୀ ଫସି ରହିଥିବା ଆଶଙ୍କା ରହିଛି। ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତଙ୍କୁ ହସ୍ପିଟାଲ ପଠାଯାଇଛି।ଗୋଲାଘାଟ ଏସ୍ପିଙ୍କ ପ୍ରାଥମିକ ସୂଚନା ଅନୁସାରେ, ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି ଏବଂ ମୃତ୍ୟୁସଂଖ୍ୟା ବଢ଼ିପାରେ। ତେବେ ଏଯାଏଁ ମୃତକଙ୍କ ସଠିକ୍ ସଂଖ୍ୟା ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।










