ନୂଆଦିଲ୍ଲୀ: ଶୀତ ଋତୁ ପାଇଁ ପ୍ରସିଦ୍ଧ କେଦାରନାଥ ଧାମର ଦ୍ବାର ବନ୍ଦ ହୋଇଛି । ଆଜି ସକାଳ ୮ଟା ୩୦ ମିନିଟ୍ରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ଅନୁ ସାରେ ମନ୍ଦିରର ଦ୍ବାର ବନ୍ଦ କରାଯାଇଛି । ହେଲେ ତଥାପି ମଧ୍ୟ କେଦାରନାଥଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଶୀତ ଋତୁରେ ପ୍ରବଳ ତୁଷାରପାତ ଓ ଅତ୍ୟଧିକ ଥଣ୍ଡା ଯୋଗୁଁ କେଦାରନାଥ ମନ୍ଦିରର ମୁଖ୍ୟଦ୍ବାର ବନ୍ଦ କରାଯାଇଥାଏ । ଏହି ସମୟରେ ବାବା କେଦାରନାଥଙ୍କ ଚଳମାନ ମୂର୍ତ୍ତି ପାଲିଙ୍କିକୁ ଉଖିମଠକୁ ନିଆଯାଇଥାଏ । ସେଠାରେ ଥିବା ଓଁକାରେଶ୍ୱର ମନ୍ଦିରକୁ ବାବା କେଦାରଙ୍କ ଶୀତକାଳୀନ ନିବାସ ଭାବେ ମାନ୍ୟତା ମିଳିଛି । ଆଗାମୀ ୬ ମାସ ଯାଏଁ ଓଁକାରେଶ୍ୱର ମନ୍ଦିରରେ ବାବା କେଦାରଙ୍କ ପୂଜା ଓ ସମସ୍ତ ଧାର୍ମିକ ରୀତିନୀତି ସମ୍ପନ୍ନ ହେବ । ଶ୍ରଦ୍ଧାଳୁମାନେ ମଧ୍ୟ ଉଖୀମଠ ଯାଇ ବାବାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ।










