30.1 C
Bhubaneswar
Wednesday, November 11, 2026
Homeଓଡିଶାନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ରେଢ଼ା କେନ୍ଦୁବାହାରା ପଞ୍ଚାୟତର ଭଇଁଷାଦାଦର ଗାଁରେ କଲରାପତରିଆ ବାଘଆତଙ୍କ ଦେଖାଦେଇଛି। ଗତକାଲି ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗାଁରେ ପଶି ଜଣଙ୍କ ଘର ଅଗଣାରୁ ଏକ ପୋଷା କୁକୁରକୁ ଶିକାର କରିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଭଇଁଷାଦାଦର ଗାଁର ଚମନଲାଲ ମିଦ୍ଧାଙ୍କ ପରିବାର ରାତ୍ରିଭୋଜନ ସାରି ଘରେ ଶୋଇଥିଲେ। ଘର ଅଗଣାରେ ଦୁଇଟି ପୋଷା କୁକୁର ଶୋଇଥିଲେ। ଏହି ସମୟରେ ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ଗାଁରେ ପ୍ରବେଶ କରି ଚମନଲାଲଙ୍କ ଘର ଅଗଣାକୁ ପଶି ଆସିଥିଲା। ସେଠାରେ ଗୋଟିଏ ପୋଷା କୁକୁରକୁ ଆକ୍ରମଣ କରି ଘର ନିକଟରୁ ଚାଷଜମି ଆଡ଼କୁ ଟେକି ନେଇଥିଲା। କୁକୁରର ଚିତ୍କାର ଶୁଣି ପରିବାର ଲୋକେ ଘରୁ ବାହାରି ଆସି ବାଘକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଘଟି ହଦାମୂଳରେ କୁକୁରକୁ ମାରି ଖାଇବା ପରେ ଜଙ୍ଗଲକୁ ଚାଲିଯାଇଥିଲା।

ଆଜି ସକାଳେ ପରିବାର ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ପୂର୍ବାହ୍ନରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୁକୁରର ମୃତଦେହ ଜବତ କରିବା ସହ ବାଘର ପାଦଚିହ୍ନ ଠାବ କରିଥିଲେ। ମଧ୍ୟାହ୍ନରେ କୁକୁରର ମୃତଦେହକୁ ମାଟିରେ ପୋତି ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking