23.1 C
Bhubaneswar
Monday, November 9, 2026
Homeଓଡିଶାଦିଲ୍ଲୀକୁ ଟପିଲା ଭୁବନେଶ୍ୱର AQI ! ଦୀପାବଳି ରାତିରେ ୧୪୪୪ ଛୁଇଁଲା ପ୍ରଦୂଷଣ

ଦିଲ୍ଲୀକୁ ଟପିଲା ଭୁବନେଶ୍ୱର AQI ! ଦୀପାବଳି ରାତିରେ ୧୪୪୪ ଛୁଇଁଲା ପ୍ରଦୂଷଣ

ଭୁବନେଶ୍ବର:  ବାୟୁ ପ୍ରଦୂଷଣରେ ଦିଲ୍ଲୀଠୁ ଟପିଗଲା ଭୁବନେଶ୍ବର । ଦୀପାବଳିରେ ରାଜଧାନୀରେ ଭୟଙ୍କର ବାୟୁ ପ୍ରଦୂଷଣ । ୧୦୦୦ ଟପିଲା ବାୟୁ ଗୁଣବତ୍ତା ମାନ। ଦୀପାବଳିରେ  ଚାରିଆଡ଼େ ବାଣ, ଆତସବାଜି ହୋଇଥିଲା । ରବିବାର ରାତିରେ ଭୁବନେଶ୍ୱରର ବାୟୁ ଗୁଣବତ୍ତା ଅତି ଭୟଙ୍କର ସ୍ତରକୁ ଖସିଯାଇଥିଲା । AQI.inରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ରାତି ୧୧ଟା ସମୟରେ ଭୁବନେଶ୍ୱରର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୪୪୪ରେ ପହଞ୍ଚିଥିଲା । ଯାହା ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀରେ ରହିଥିଲା। ସେହି ସମୟରେ ଦିଲ୍ଲୀର AQI ୭୨୦ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରର ପ୍ରଦୂଷଣ ସ୍ତର ତାହାଠାରୁ ମଧ୍ୟ ଅଧିକ ରହିଥିଲା । ତଥ୍ୟ ଅନୁସାରେ, ରାତି ୯ଟାରେ ଭୁବନେଶ୍ୱରରେ PM2.5ର ମାତ୍ରା ଘନ ମିଟର ପ୍ରତି ୬୨୨ ମାଇକ୍ରୋଗ୍ରାମ୍ ରହିଥିବା ବେଳେ PM10ର ମାତ୍ରା ୭୫୦ ମାଇକ୍ରୋଗ୍ରାମ୍ ରେକର୍ଡ ହୋଇଥିଲା। ପ୍ରାୟ ୮ ଘଣ୍ଟା ଧରି ପ୍ରଦୂଷଣ ରହିଥିଲା ।

ରାତି ୭ଟାରୁ ରାତି ୩ ଟା ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ମାନ ଅଧିକ ରହିଥିଲା।  ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ବାୟୁରେ ଧୂଳିକଣା ଓ ଅନ୍ୟ ପ୍ରଦୂଷକର ମାତ୍ରା ବୃଦ୍ଧି ପାଇଥିଲା । AQI.inରେ ଉପଲବ୍ଧ ତଥ୍ୟ ମୁତାବକ, ସନ୍ଧ୍ୟା ୭ଟାରେ ଭୁବନେଶ୍ବରର AQI ୨୫୮ ଥିଲା। ସାଢେ ୮ଟା ବେଳକୁ ଏହା ୮୫୯ରେ ପହଞ୍ଚିଥିଲା । ରାତି ୯ଟାରେ ୧୦୯୧ ଛୁଇଁଥିଲା AQI ।

ରାତି ୧୧ଟାରେ ସର୍ବୋଚ୍ଚ ସ୍ତର ୧୪୪୪ରେ ପହଞ୍ଚିଥିଲା। ସାଢେ ୧୧ଟାରେ AQI ୧୩୪୫ କମିଥିଲା । ରାତି ୧୨ରେ ୧୦୮୦କୁ ଖସିଥିଲା। ରାତି ୧ଟାରେ ୯୦୮ ରହିଥିଲା । ତେବେ ଧିରେ ଧିରେ ପ୍ରଦୂଷଣ କମିବା ସହ ରାତି ସାଢେ ୩ଟା ବେଳଳକୁ ବାୟୁର ମାନ ୩୦୫କୁ ଖସିଥିଲା। ଏବେ ୨୧୫ ରହିଛି ଭୁବନେଶ୍ବର ବାୟୁ ଗୁଣବତ୍ତା ମାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking