28.1 C
Bhubaneswar
Monday, November 9, 2026
Homeଓଡିଶାବିମୁଦ୍ରୀକରଣକୁ ୧୦ ବର୍ଷ, ସୁଫଳର ହିସାବ ଦେଲା ବିଜେପି

ବିମୁଦ୍ରୀକରଣକୁ ୧୦ ବର୍ଷ, ସୁଫଳର ହିସାବ ଦେଲା ବିଜେପି

ଭୁବନେଶ୍ୱର:  ବିମୁଦ୍ରୀକରଣକୁ ୧୦ ବର୍ଷ।  ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭିଜନ୍ ଏବଂ ଏହାର ଦୀର୍ଘମିଆଦୀ ପ୍ରଭାବକୁ ନେଇ ଏକ ରିପୋର୍ଟ ରଖିଛି ରାଜ୍ୟ ବିଜେପି। ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି, ବିମୁଦ୍ରୀକରଣ ପରେ ଦେଶର ଅର୍ଥନୀତି ଅଧିକ ସୁଦୃଢ଼ ହୋଇଛି। କଳାଧନ ଓ ଜାଲ୍ ନୋଟ୍ ଉପରେ ନିୟନ୍ତ୍ରଣ ସହ ମାଓବାଦୀ ଏବଂ ଆତଙ୍କବାଦୀଙ୍କ ଆର୍ଥିକ ନେଟୱର୍କକୁ ମଧ୍ୟ ଧକ୍କା ଲାଗିଥିବା ଦାବି କରିଛି ବିଜେପି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ୍ ସୁଦ୍ଧା ଦେଶରେ କୌଣସି ଜିଲ୍ଲା ମାଓପ୍ରବଣ ରହିବ ନାହିଁ। ପୂର୍ବରୁ ମାଓବାଦୀଙ୍କ ଦ୍ୱାରା ଜନପ୍ରତିନିଧି ଓ ଅଧିକାରୀଙ୍କ ଅପହରଣ ଏବଂ ହତ୍ୟା ଭଳି ଘଟଣା ଘଟୁଥିବା ବେଳେ ଏବେ ମାଓ ହିଂସା ହ୍ରାସ ପାଇଥିବା କହିଛି ଦଳ। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହିଂସା ୨୦୧୮ ତୁଳନାରେ ୯୫ ପ୍ରତିଶତ ହ୍ରାସ ପାଇଥିବା ଦାବି କରିଛି ବିଜେପି। ଜାଲ୍ ନୋଟ୍‌ର ସଂଖ୍ୟା ମଧ୍ୟ ୭୦ ପ୍ରତିଶତ କମିଥିବା ଦଳ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଟିକସ ଆଦାୟରେ ୧୮ ପ୍ରତିଶତ ବୃଦ୍ଧି, ବିମୁଦ୍ରୀକରଣର ୧୧ ମାସ ମଧ୍ୟରେ ୫ କୋଟି ଜନଧନ ଖାତା ଖୋଲିବା ଏବଂ ଡିଜିଟାଲ୍ କାରବାରରେ ବୈପ୍ଳବିକ ପରିବର୍ତ୍ତନକୁ ମଧ୍ୟ ନିଜ ରିପୋର୍ଟରେ ଉଲ୍ଲେଖ କରିଛି ବିଜେପି। ତେବେ ବିମୁଦ୍ରୀକରଣର ଦୀର୍ଘମିଆଦୀ ଆର୍ଥିକ ପ୍ରଭାବକୁ ନେଇ ଭିନ୍ନ ଭିନ୍ନ ମତ ରହିଛି। ଏହାର ପ୍ରଭାବ ଉପରେ ସରକାରଙ୍କ ପକ୍ଷରୁ କୌଣସି ସମ୍ପୂର୍ଣ୍ଣ ଅଧ୍ୟୟନ ପ୍ରକାଶ ପାଇନଥିବା କଥା ୨୦୨୩ରେ ସଂସଦରେ କୁହାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking