28.1 C
Bhubaneswar
Monday, November 9, 2026
Homeଦେଶ ବିଦେଶଦୁଇ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା: ୭ ମୃତ ଓ ୧୨୫ ଆହତ

ଦୁଇ ଟ୍ରେନ୍ ମଧ୍ୟରେ ଦୁର୍ଘଟଣା: ୭ ମୃତ ଓ ୧୨୫ ଆହତ

ମିଶର: ମିଶରରେ ଭୟଙ୍କର ରେଳ ଦୁର୍ଘଟଣା । ରାଜଧାନୀ କାହିରା ନିକଟ ଗିଜା ପ୍ରଦେଶର ଅଲ୍‌-ଆୟାତ୍‌ ଅଞ୍ଚଳରେ ଦୁଇଟି ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ଅନେକ ବଗି ଲାଇନ୍‌ଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଏଯାଏଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୭୦ରୁ ଅଧିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିବା ରିପୋର୍ଟ ମିଳିଛି ।

ଘଟଣାଟି ନଭେମ୍ବର ୮ ତାରିଖ ରବିବାର ଘଟିଛି। ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗିଜାରୁ ଫୟୂମ୍‌ ଅଭିମୁଖେ ଯାଉଥିବା ଟ୍ରେନ୍‌ ନମ୍ବର ୧୩୪, କାହିରାରୁ ଆସୱାନ୍‌ ଯାଉଥିବା ଟ୍ରେନ୍‌ ନମ୍ବର ୨୦୧୦ର ପଛ ପଟେ ଧକ୍କା ଦେଇଥିଲା । ଏହି ଧକ୍କାରେ ଟ୍ରେନ୍‌ର ଅନେକ ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ପ୍ରାଥମିକ ତଥ୍ୟ ଅନୁସାରେ, ଦ୍ୱିତୀୟ ଟ୍ରେନ୍‌ଟି ସେହି ରେଳ ଧାରଣାରେ ଅଟକି ରହିଥିବା ବେଳେ ପଛରୁ ଆସୁଥିବା ଟ୍ରେନ୍‌ଟି ଏହାକୁ ଧକ୍କା ଦେଇଥିଲା ।ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ଉଦ୍ଧାରକାରୀ ଦଳ ଓ କ୍ରେନ୍‌ ସହାୟତାରେ ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ସହ ରେଳ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଚାଲିଛି ।

ଏହି ଦୁର୍ଘଟଣାକୁ ନେଇ ମିଶରର ରାଷ୍ଟ୍ରପତି ଅବଦେଲ୍‌ ଫତାହ୍‌ ଅଲ୍‌-ସିସି ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାରେ ଯାହାର ଅବହେଳା ସାମ୍ନାକୁ ଆସିବ, ତାଙ୍କୁ ଦାୟୀ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ମାମଲାର ତଦନ୍ତ ଆରମ୍ଭ କରିଛି ସରକାରୀ ଓକିଲଙ୍କ କାର୍ଯ୍ୟାଳୟ । ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ରେଳ ଧାରଣା, କ୍ଷତିଗ୍ରସ୍ତ ବଗି ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking