28.1 C
Bhubaneswar
Friday, November 13, 2026
Homeଓଡିଶାଓଡ଼ିଶାରେ ମହଙ୍ଗା ମାଡ଼, ଦେଶର ପଞ୍ଚମ ସ୍ଥାନରେ ରାଜ୍ୟ

ଓଡ଼ିଶାରେ ମହଙ୍ଗା ମାଡ଼, ଦେଶର ପଞ୍ଚମ ସ୍ଥାନରେ ରାଜ୍ୟ

ନୂଆଦିଲ୍ଲୀ: ଗରିବ ରାଜ୍ୟ ଓଡ଼ିଶା, ହେଲେ ମହଙ୍ଗା ବଜାରରେ ଦେଶର ପଞ୍ଚମ ସ୍ଥାନରେ ! ଦରଦାମ୍ ବୃଦ୍ଧି ଏବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ପକାଇଛି ଅସହ୍ୟ ବୋଝ । ପିଆଜଠାରୁ ଚାଉଳ, ଚିନିଠାରୁ ଖାଇବା ତେଲ, କ୍ଷୀରଠାରୁ ପନିପରିବା… ସବୁକିଛିର ଦାମ୍ ବଢ଼ିବା ପରେ ହାତ ଟେକିଲେଣି ଖାଉଟି । ଆଶ୍ଚର୍ଯ୍ୟର କଥା ହେଉଛି, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ଟପିଯାଇଛି । ଗତ ଅକ୍ଟୋବର ମାସରେ ଏହା ୭.୧୭ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ ଦେଶର ସବୁଠାରୁ ମହଙ୍ଗା ୫ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା ।

ଏହି ତାଲିକାରେ ଓଡ଼ିଶା ଉପରେ ରହିଛନ୍ତି ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡ଼ୁ । ତେବେ ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ସହର ଅପେକ୍ଷା ଗାଁରେ ଦରଦାମ୍ ବୃଦ୍ଧିର ଚାପ ଅଧିକ ରହିଛି । ତଥ୍ୟ ଅନୁସାରେ, ଓଡ଼ିଶାର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୭.୭୪ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ଏହା ୫.୬୩ ପ୍ରତିଶତ ରହିଛି। ଅର୍ଥାତ୍ ଗାଁର ଲୋକଙ୍କୁ ମହଙ୍ଗା ମାଡ଼ ଅଧିକ ସହିବାକୁ ପଡ଼ୁଛି ।ଆହୁରି ଚିନ୍ତାର କଥା ହେଉଛି, ସେପ୍ଟେମ୍ବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ହାର ୬.୭୦ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ଏହା ବୃଦ୍ଧି ପାଇ ୭.୧୭ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ୍ ମାସକୁ ମାସ ମହଙ୍ଗା ମାଡ଼ ଆହୁରି ତୀବ୍ର ହେଉଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମଧ୍ୟ ଦରଦାମ୍ ସ୍ଥିତି ଚିନ୍ତାଜନକ । ଜାତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୨ ମାସ ମଧ୍ୟରେ ସର୍ବାଧିକ। ସେହିପରି ଖାଦ୍ୟ ମୁଦ୍ରାସ୍ଫୀତି ହାର ମଧ୍ୟ ୮.୯୪ ପ୍ରତିଶତକୁ ବଢ଼ିଛି ।ଅକ୍ଟୋବର ମାସରେ କେଉଁ ସାମଗ୍ରୀର ଦାମ୍ ସବୁଠାରୁ ଅଧିକ ବଢ଼ିଛି ଜାଣିଛନ୍ତି? ପିଆଜ, ଅଦା, ରସୁଣ, ଲେମ୍ବୁ ଏବଂ ରୁପା ଗହଣା । ଅନ୍ୟପଟେ ଆଳୁ, ଫୁଲକୋବି, ନଡ଼ିଆ, ବାଇଗଣ ଓ ବନ୍ଧାକୋବି ଭଳି ୫ଟି ସାମଗ୍ରୀ ଶସ୍ତା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking