28.1 C
Bhubaneswar
Wednesday, November 11, 2026
Homeଓଡିଶାଓଭରବ୍ରିଜକୁ ଧକ୍କା ଦେଇ ଓଲଟି ପଡ଼ିଲା ବସ୍: ୩ ମୃତ, ୨୬ ଆହତ

ଓଭରବ୍ରିଜକୁ ଧକ୍କା ଦେଇ ଓଲଟି ପଡ଼ିଲା ବସ୍: ୩ ମୃତ, ୨୬ ଆହତ

ଚଣ୍ଡିଗଡ଼: ପଞ୍ଜାବର ସାଙ୍ଗରୁରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ଆସିଛି। ବୁଧବାର ସକାଳେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ମାତ୍ର କିଛି କିଲୋମିଟର ଦୂରରେ ଭଟିଣ୍ଡା-ଚଣ୍ଡିଗଡ଼ ଜାତୀୟ ରାଜପଥରେ ଯାତ୍ରୀ ଭର୍ତ୍ତି ପେପ୍ସୁ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ(ପିଆରଟିସି) ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରିପୋର୍ଟ ଅନୁସାରେ, ବସ୍‌ଟି ହଠାତ୍ ଓଭରବ୍ରିଜ୍ ନିକଟରେ ନିୟନ୍ତ୍ରଣ ହରାଇ ବ୍ରିଜ୍‌କୁ ଧକ୍କା ଦେଇ ରାସ୍ତାରୁ ଏକ କ୍ଷେତକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬ ଯାତ୍ରୀ ଆହତ ହୋଇଛନ୍ତି।ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ସହାୟତାରେ ଆହତମାନଙ୍କୁ ସାଙ୍ଗରୁର ସିଭିଲ୍ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲକୁ ପଠାଯାଇଥିଲା। ବାକି ଆହତମାନଙ୍କୁ ସ୍ଥାନୀୟ ସିଭିଲ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

 ରିପୋର୍ଟ ଅନୁସାରେ,ପେପ୍ସୁ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ ବସ୍‌ଟି ସାଙ୍ଗରୁର ଜିଲ୍ଲାର ଧୁରୀରୁ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ସମୟରେ ଭୋର୍ ପ୍ରାୟ ୪:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସର ସୂଚନା ଅନୁଯାୟୀ, ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ। ସ୍ଥାନୀୟ ଲୋକମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସକୁ ତୁରନ୍ତ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପୁଲିସର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକ ଏବଂ ପଥଚାରୀଙ୍କ ସହାୟତାରେ ପୁଲିସ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା।ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking