28.1 C
Bhubaneswar
Thursday, November 5, 2026
Homeଓଡିଶାଦୀପାବଳି ପୂର୍ବରୁ ଛତ୍ରପୁର ପୁଲିସର ଚଢ଼ାଉ: ୨ ଲକ୍ଷ ଟଙ୍କାର ବାଣ ଜବତ

ଦୀପାବଳି ପୂର୍ବରୁ ଛତ୍ରପୁର ପୁଲିସର ଚଢ଼ାଉ: ୨ ଲକ୍ଷ ଟଙ୍କାର ବାଣ ଜବତ

ଛତ୍ରପୁର: ଆଉ ଦୁଇ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହାକୁ ଦୃଷ୍ଟିରେ ରଖି ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ବିକ୍ରି ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। ଏହି କ୍ରମରେ ଗଂଜାମ ଜିଲ୍ଲା ଛତ୍ରପୁର ଥାନା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ କେଉଟପଲ୍ଲୀ ଗ୍ରାମରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି।ସୂଚନା ଅନୁଯାୟୀ, କେଉଟପଲ୍ଲୀ ଗ୍ରାମର ବିଭୂତି ଭୂଷଣ ବେହେରାଙ୍କ ନିକଟରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖାଯାଇଥିବା ଖବର ପାଇ ଛତ୍ରପୁର ଥାନା ପୁଲିସ ଗତକାଲି ରାତିରେ ଚଢ଼ାଉ କରିଥିଲା। ଏହି ସମୟରେ ତାଙ୍କ ନିକଟରୁ ପ୍ରାୟ ୨ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking