30.1 C
Bhubaneswar
Tuesday, November 3, 2026
Homeଓଡିଶାକୋଟିଆ ପାଇଁ ସବୁ ଦଳ ଏକାଠି, ମୁତୟନ ହେବେ ୭ ପ୍ଲାଟୁନ୍ ପୋଲିସ

କୋଟିଆ ପାଇଁ ସବୁ ଦଳ ଏକାଠି, ମୁତୟନ ହେବେ ୭ ପ୍ଲାଟୁନ୍ ପୋଲିସ

ଭୁବନେଶ୍ୱର : କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ବିବାଦ ତେଜିଥିବା ବେଳେ ଏବେ ଏହାର ସୁରକ୍ଷା ପାଇଁ ଏକାଠି ହେବେ ସବୁ ଦଳର ନେତା। ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହି ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରିବେ ସ୍ଥାନୀୟ ଲୋକ, ରାଜନୈତିକ ଦଳ ଓ ସାମାଜିକ ସଂଗଠନ। ଏଥିପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। କୋଟିଆରେ ୭ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସୀମାରେ ଚେକ୍ପୋଷ୍ଟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

ମନ୍ତ୍ରୀ କହିଛନ୍ତି, କୋଟିଆବାସୀ ଆନ୍ଧ୍ରର ଏହି ନିର୍ବାଚନକୁ ବିରୋଧ କରୁଛନ୍ତି। କୋରାପୁଟରେ ସବୁ ରାଜନୈତିକ ଦଳ ଗୋଟିଏ ମଞ୍ଚରେ ଏକାଠି ହୋଇ ଏହାର ପ୍ରତିବାଦ କରୁଛନ୍ତି। ନିର୍ବାଚନ ଦିନ ସ୍ଥାନୀୟ ଲୋକ, ରାଜନୈତିକ ଦଳ ଓ ସାମାଜିକ ସଂଗଠନର ସଦସ୍ୟମାନେ କୋଟିଆରେ ଉପସ୍ଥିତ ରହି ନିର୍ବାଚନୀ କାର୍ଯ୍ୟକଳାପକୁ ବିରୋଧ କରିବେ। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସ୍ଥିତି ଉପରେ ନଜର ରଖିବେ।

ଆନ୍ଧ୍ରପ୍ରଦେଶରୁ ଆସିଥିବା ଚାଉଳ ବୋଝେଇ ଗାଡ଼ିକୁ ସ୍ଥାନୀୟ ଲୋକ ଫେରାଇ ଦେଇଥିବା ବେଳେ ଆନ୍ଧ୍ରର ପ୍ରଶାସନିକ ଅଧିକାରୀଙ୍କୁ ମଧ୍ୟ ନିଜ ରାଜ୍ୟକୁ ଫେରାଇ ଦିଆଯାଇଛି। ସୀମାନ୍ତରେ ଚେକ୍ପୋଷ୍ଟ କରାଯାଇ ପୋଲିସ ମୁତୟନ କରାଯାଇଛି। ବାତ୍ୟା ସମୟରେ ଓଡ଼ିଶା ସରକାରଙ୍କ ପ୍ରଶାସନ କୋଟିଆବାସୀଙ୍କ ସହ ରହିଥିବାରୁ ଏହାକୁ ସ୍ଥାନୀୟ ଲୋକ ଅନୁଭବ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking