କଟକ: ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ନିମନ୍ତେ ନଭେମ୍ବର ୨ରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ବର୍ଗର ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିପାରିବେ। କେବଳ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ବା ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ଫର୍ମକୁ ପୂରଣ କରିବାକୁ ନିର୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ପତ୍ରବିନିମୟ ପାଠ୍ୟକ୍ରମର ରେଗୁଲାର ଏବଂ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଅଫ୍ଲାଇନରେ ଫର୍ମପୂରଣ ହେବ। ଏହା ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟର ଉପ ସମ୍ପାଦକମାନେ କରିବେ। ଏନେଇ ସବିଶେଷ ତଥ୍ୟ ଓ ନିର୍ଦେଶାବଳୀ ବୋର୍ଡ ୱେବ୍ସାଇଟରେ ଜାରି କରାଯାଇଛି।










