25.1 C
Bhubaneswar
Thursday, October 29, 2026
Homeଓଡିଶାବାତ୍ୟା ଅର୍ଣ୍ଣବ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର !

ବାତ୍ୟା ଅର୍ଣ୍ଣବ ପରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର !

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଯିବା ପରେ ଲୋକମାନେ ଟିକେ ଆଶ୍ୱସ୍ତ ହୋଇଥିଲେ । ହେଲେ ପୁଣି ଏକ ଲଘୁଚାପ ଆସିବା ଖବର ଏବେ ଭୟ ବଢାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟାରେ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ ହେବା ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ୱର୍ବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଓ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତ ହେବାର ସମ୍ଭାବନା ରହିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗତ ଦୁଇ ଦିନ ଧରି ଘୂର୍ଣ୍ଣିବଳୟ ସକ୍ରିୟ ରହିଥିଲା । ଏହାରି ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇଛି ।

ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ କେଉଁ ଦିଗକୁ ଗତି କରିବ ଏବଂ ଏହାର ତୀବ୍ରତା କିପରି ରହିବ, ତାହା ଗୁରୁତ୍ୱପୂର୍ଣ୍ଣ ହେବ । ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ । ବିଶେଷକରି ଓଡ଼ିଶାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ପରିବର୍ତ୍ତନର ସମ୍ଭାବନା ଅଛି କି ନାହିଁ ତାହା ପାଣିପାଗ ବିଭାଗର ଆଗାମୀ ସୂଚନା ଆସିବା ପରେ ଜଣାପଡ଼ିବ । ତେବେ ଅର୍ଣ୍ଣବ ଯାହା ଯେତିକି କ୍ଷତି କରିଥିଲା ସେଥିରୁ ଲୋକମାନେ ବାହାରି ପାରିନଥିବା ବେଳେ ଏବେ ଆଉ ଏକ ଲଘୁଚାପ ଚିନ୍ତା ବଢ଼ାଇଛି । ଯଦି ଆଗକୁ ଲଗାଣ ବର୍ଷା ଓ ପବନ ହୁଏ ତେବେ ଚାଷ ନଷ୍ଟ ହେବାର ଭୟ ଚାଷୀଙ୍କୁ ଘାରିଛି । ଏଥିସହ ରାଜ୍ୟର ଅନେକ ଅଞ୍ଚଳରେ ଏବେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ବିପଦକୁ ଅଧିକ ବଢ଼ାଇବାର ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking